ମା ଆସୁଛନ୍ତି ଧରାକୁ: ଭାଇଚାରା ଓ ରଙ୍ଗାରଙ୍ଗ ଭସାଣି ହେମସୁରପଡ଼ା ଦୁର୍ଗା ପୂଜା ସମିତିର ବିଶେଷତ୍ଵ

You are currently viewing ମା ଆସୁଛନ୍ତି ଧରାକୁ: ଭାଇଚାରା ଓ ରଙ୍ଗାରଙ୍ଗ ଭସାଣି ହେମସୁରପଡ଼ା ଦୁର୍ଗା ପୂଜା ସମିତିର ବିଶେଷତ୍ଵ

ଅନୁଗୁଳ: ଇତିମଧ୍ୟରେ ୬୮ ବର୍ଷରେ ପହଞ୍ଚିଛି ହେମସୁରପଡ଼ା ଦୁର୍ଗା ପୂଜା ସମିତି।ଦେବୀଙ୍କ ଆବାହନ ପାଇଁ ତୋରଣ ଓ ମୂର୍ତ୍ତି ତିଆରି ଚାଲିଛି। ଖୁବ୍ ଶୀଘ୍ର ମଣ୍ଡପ ସାଜସଜ୍ଜା କାମ ସରିଯିବ ବୋଲି କର୍ମକର୍ତ୍ତା ପ୍ରକାଶ କରିଛନ୍ତି।

ଚଳିତ ବର୍ଷ ସମିତିର ସଭାପତି ରୂପେ ଅମରେଶ ସ୍ୱାଇଁ,ଉପ ସଭାପତି ରୂପେ ରାମଚନ୍ଦ୍ର ଜେନା,ଅନିଲ ଭୂୟାଁ,ସାଧାରଣ ସମ୍ପାଦକ ମନୋରଞ୍ଜନ ଦାସ,ସହ ସମ୍ପାଦକ ରୁପେ ବାବୁଲି ଦଳବେହେରା, ଗରିବୁଲ୍ଲା ଖାନ,ଅଶ୍ଵିନୀ ଦଳବେହେରା,ଜୟନ୍ତ ଜେନା ଓ କୋଷାଧ୍ୟକ୍ଷ ରୂପେ ପଦ୍ମଚରଣ ଦଳବେହେରା ପ୍ରମୁଖ ଦାୟିତ୍ଵ ନେଇଛନ୍ତି। ଆସନ୍ତା ୨୪ ତାରିଖରେ ସମିତି ପକ୍ଷରୁ ରାବଣ ପୋଡ଼ି ଆୟୋଜିତ ହେବ ବୋଲି ଜଣା ପଡ଼ିଚି।ବହୁ ମୁସଲିମ ବାସିନ୍ଦା ଏହି ସମିତିର ପୂଜା କାର୍ଯ୍ୟକ୍ରମରେ ସହଯୋଗ ଦିଅନ୍ତି।ପ୍ରତିଦିନ
ସନ୍ଧ୍ୟାରେ କ୍ଷୀରୀ କାକରା ଭୋଗ ହୁଏ।ଭାଇଚାରା ଏହି ସମିତିର ଅନ୍ୟତମ ବୈଶିଷ୍ଟ୍ୟ। ଭସାଣିରେ ଯେତେବେଳେ ହେମସୁରପଡ଼ା ଓ ଅମଲା ପଡ଼ା କମିଟି ବାଳିକା ବିଦ୍ୟାଳୟ ଛକରେ ଭେଟାଭେଟି ହୁଅନ୍ତି ସେତେବେଳେ କର୍ମକର୍ତ୍ତା ମାନେ ପରସ୍ପରକୁ ଫୁଲମାଳ ଓ ଉତ୍ତରୀୟ ଦେଇ ସ୍ବାଗତ କରନ୍ତି। ହେମସୁରପଡ଼ା ପୂଜା ସମିତିର ଭସାଣି ସବୁଠାରୁ ଲମ୍ବା ହୋଇଥାଏ ଏହାର ଆଲୋକ ସଜ୍ଜା ମଧ୍ୟ ଖୁବ୍ ସୁନ୍ଦର ହୋଇଥାଏ ।ଚଳିତ ବର୍ଷ ପୂଜା କମିଟି ସରସ ସୁନ୍ଦର ଓ ଶୃଙ୍ଖଳିତ ପୂଜା ଆୟୋଜନ କରିବ ବୋଲି କର୍ମକର୍ତ୍ତା
ମାନେ ପ୍ରତିଶ୍ରୁତି ଦେଇଛନ୍ତି ।

Share

Leave a Reply