ବିପୁଳ ପରିମାଣର ଚୋରା ଡିଜେଲ ଜବତ ଦୁଇ ବୋଲେରୋ, ତିନି ମଟର ସାଇକେଲ ଜବତ

You are currently viewing ବିପୁଳ ପରିମାଣର ଚୋରା ଡିଜେଲ ଜବତ ଦୁଇ ବୋଲେରୋ, ତିନି ମଟର ସାଇକେଲ ଜବତ

ଅନୁଗୁଳ: ଶୁକ୍ରବାର ଭୋର୍ ବେଳେ କଣିହାଁ ଥାନା, ଜିଲ୍ଲା ପୁଲିସ୍ ସ୍ପେଶାଲ ସ୍କ୍ଵାଡ ମିଳିତ ଚଢଉ କରିକଣିହାଁ ଥାନାର କୁମୁଣ୍ଡା ନିକଟସ୍ଥ କାଜୁ ଜଙ୍ଗଲରୁ ବିପୁଳ ପରିମାଣର ଚୋରା ଡିଜେଲ କରିଛନ୍ତି। ଦୁଇଟି ବୋଲେରୋରେ ୩୦ରୁ ଅଧିକ ଜାରିକେନରେ ଚୋରା ଡିଜେଲ ବୋଝେଇ ହୋଇଥିଲା। ଘଟଣାସ୍ଥଳରୁ ତିନିଟି ମଟରସାଇକେଲ ବି ଜବତ ହୋଇଛି। ୫ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା ଚଳାଇଛି।
ସ୍ପେସିଆଲ ସ୍କ୍ୱାଡ଼ ଓ କଣିହାଁ ପୁଲିସର ମିଳିତ ଚଢ଼ାଉ କରି ବ୍ୟାପକ ପରିମାଣର ଡିଜେଲ ଜବତ କରିଛି l କଣିହାଁ କୋଇଲା ଖଣିରୁ ଡିଜେଲ ଚୋରି ହେଉଥିବା ନେଇ ସ୍ପଷ୍ଟ ସୂଚନା ପାଇବା ପରେ ପୁଲିସ୍ ଚଢଉ କରିଥିଲା।

Share

Leave a Reply