ଅନୁଗୁଳ: ଅନୁଗୁଳ ଜିଲ୍ଲା ସମଲ୍ ଥାନା ଇଲାକା ଏକଘରିଆ ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଏକଘରିଆ ଗାଁର ଯୋଗେଶ୍ୱର ଦେବତା । ଯୋଗେଶ୍ୱର ସବୁଦିନ ଭଳି ଆଜି ଭୋର୍ ବେଳେ ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ଗାଁ ମୁଣ୍ଡରେ ହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀ ଆକ୍ରମଣରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଖବର ପାଇ ବନବିଭାଗ ଓ ପୁଲିସ ପହଂଚି ଘଟଣାର ତଦନ୍ତ କରୁଛନ୍ତି ।
ମର୍ଣିଂ ୱାକ ବେଳେ ଦଳିଦେଲା ଦନ୍ତା
- Post published:October 22, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau

Tags: Angul