ଜୁନ୍ ୧୪ ବିଶ୍ଵ ରକ୍ତଦାତା ଦିବସ: ସଫଳତାର ସିଡି ଚଢ଼ୁଚି ଅନୁଗୁଳ ରକ୍ତ କେନ୍ଦ୍ର

You are currently viewing ଜୁନ୍ ୧୪ ବିଶ୍ଵ ରକ୍ତଦାତା ଦିବସ: ସଫଳତାର ସିଡି ଚଢ଼ୁଚି ଅନୁଗୁଳ ରକ୍ତ କେନ୍ଦ୍ର

ଅନୁଗୁଳ: ରକ୍ତଦାତା ଅବସରରେ ଓଡ଼ିଶା ରକ୍ତ କେନ୍ଦ୍ର ଅନୁଗୁଳ ଶାଖା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଅନୁଗୁଳ ରକ୍ତ କେନ୍ଦ୍ର ଯାହାକି ପୂର୍ବରୁ ରେଡକ୍ରସ ବ୍ଲଡ଼ ବ୍ୟାଙ୍କ ଭାବେ ପରିଚିତ ଥିଲା ତାହା କିଛି ବର୍ଷ ଧରି ସଫଳତାର ସିଡି ଚଢ଼ି ଚାଲିଛି।

ଅନୁଗୁଳ ରକ୍ତ କେନ୍ଦ୍ରରେ ବାର୍ଷିକ ପନ୍ଦର ହଜାର ୟୁନିଟରୁ ଷୋହଳ ହଜାର ୟୁନିଟ ରକ୍ତ ଆବଶ୍ୟକ ପଡ଼ୁଥିବା ବେଳେ ପାଖାପାଖି ସମାନ ପରିମାଣର ରକ୍ତ ସଂଗୃହିତ ହେଉଛି କେବଳ ଖରା ଦିନେ ବେଳେ ବେଳେ ରକ୍ତ ସଙ୍କଟ ହୋଇଥାଏ। ଅନୁଗୁଳ ଜିଲ୍ଲା ଏକ ଦୁର୍ଘଟଣା ପ୍ରବଣ ଅଞ୍ଚଳ ବହୁ ସମୟରେ ରାସ୍ତା ଦୁର୍ଘଟଣାରେ ଆହତଙ୍କ ପାଇଁ ରକ୍ତ ଆବଶ୍ୟକ ହୋଇଥାଏ। ଏହାଛଡା ଏହି ଅଞ୍ଚଳରେ ରକ୍ତ ଶିକୁଳି,ହିମୋଫିଲିୟା ରୋଗୀ ବହୁ ସଂଖ୍ୟାରେ ଦେଖାଯାଆନ୍ତି।

ତେଣୁ ସେମାନଙ୍କ ପାଇଁ ବହୁ ରକ୍ତ ଆବଶ୍ୟକ ହୋଇଥାଏ।ଜୀବନ ବିନ୍ଦୁ, ଆମ ଓଡ଼ିଶା,ସତ୍ୟ ସାଇ ଅନୁଷ୍ଠାନ, ଜେଏସପି ଫାଉଣ୍ଡେସନ,ଆଦର୍ଶ କଲେଜ୍ ଆଦି ଅନୁଷ୍ଠାନ ବହୁ ସମୟରେ ମେଗା ରକ୍ତଦାନ ଶିବିର ମାନ ଆୟୋଜନ କରନ୍ତି। ମିଳିଥିବା ତଥ୍ୟ ଅନୁସାରେ ୨୦୨୦ ରେ ୧୨୩୬୫ ଜଣ ରକ୍ତ ଦାତା ଅନୁଗୁଳ କେନ୍ଦ୍ର ରେ ରକ୍ତ ଦାନ କରିଥିଲେ ସେହିଭଳି ୨୦୨୧ ରେ ୧୩୭୪୬,୨୦୨୨ ରେ ୧୪୪୦୧ ଏବଂ ୨୦୨୩ ରେ ୧୬୩୪୫ ଜଣ ରକ୍ତଦାତା ରକ୍ତ ଦାନ କରିଛନ୍ତି। ଏହାର ଅର୍ଥ ବର୍ଷକୁ ବର୍ଷ ରକ୍ତ ସଂଗ୍ରହ ହାର ବଢୁଛି।

ଅନୁଗୁଳ ରକ୍ତ କେନ୍ଦ୍ରର ମୁଖ୍ୟ ଡ଼ା ସତ୍ୟବ୍ରତ ପାଟ୍ଟଯୋଷିଙ୍କ ନେତୃତ୍ୱରେ ୨୦ ଜଣିଆ ଦଳ ଅହରହ ରକ୍ତ ସଂଗ୍ରହ ଏବଂ ରକ୍ତ ପ୍ରଦାନ କ୍ଷେତ୍ର ରେ କାର୍ଯ୍ୟ ଜାରି ରଖିଛନ୍ତି। ଅନୁଗୁଳ ଛଡ଼ା ତାଳଚେର,ଛେଣ୍ଡିପଦା,ପାଲଲହଡ଼ା ଓ
ଆଠମଲ୍ଲିକ ରେ ରକ୍ତ ସଂଗ୍ରହ ର ବ୍ୟବସ୍ଥା ମଧ୍ୟ ରହିଛି। ରକ୍ତଦାତା ବୃଦ୍ଧି କରି ରକ୍ତ କେନ୍ଦ୍ର ର ଦକ୍ଷତା ବଢ଼ାଇବା ପାଇଁ ଅନୁଗୁଳ କେନ୍ଦ୍ର ସତତ ପ୍ରୟାସ ଜାରି ରଖିଥିବା ବେଳେ ନିଜର ଉତ୍କର୍ଷତା ପାଇଁ ରାଜ୍ୟରେ ଅନେକବାର ପୁରସ୍କୃତ ମଧ୍ୟ ହୋଇଛି ।

Share

Leave a Reply