ଅନୁଗୁଳ: ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏବେ ସରକାରୀ ଯାଗାରେ ଥିବା କ୍ଳବ୍ ତଥା ଅନୁଷ୍ଠାନ ଗୁଡ଼ିକୁ ବୁଲ୍ଡୋଜର ଲଗାଇ ଭଙ୍ଗା ଯାଉଛି।ଅତୀତରେ ଅନୁଗୁଳର ବହୁ ମୂଲ୍ୟବାନ ଜାଗା ଜବରଦଖଲରେ ଥିବାବେଳେ ଏବେ ସେସବୁକୁ ଉଚ୍ଛେଦ କରାଯାଉଛି। ଏହି କ୍ରମରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ୩୮ ବର୍ଷର ପୁରୁଣା ସାଂସ୍କୃତିକ ଅନୁଷ୍ଠାନ କଳାକାରର କାର୍ଯ୍ୟାଳୟକୁ ଭାଙ୍ଗି ଦିଆଯାଇଛି। ଏ ସମ୍ପର୍କରେ କଳାକାର ସଭାପତି ଆଡଭୋକେଟ ଭୂପେଶ ଚନ୍ଦ୍ର ପ୍ରଧାନଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଲେ ସରକାରଙ୍କ ପ୍ରୋତ୍ସାହନ ଓ ସହାୟତାରେ ଅନୁଷ୍ଠାନ ୩୮ ବର୍ଷ ଧରି ଚାଲି ଆସୁଥିଲା। ଲିଜ ପ୍ରିମିୟମ ଦାଖଲ କରିବା ପାଇଁ ଆମର କ୍ଷମତା ନଥିଲା।ଯଦି ଏହି ଯାଗାରେ କିଛି ଉନ୍ନତର ଅନୁଷ୍ଠାନ ହୋଇପାରିବ ଆମେ ଖୁସି ହେବୁ ।
ସାଂସ୍କୃତିକ ଅନୁଷ୍ଠାନ କଳାକାର କାର୍ଯ୍ୟାଳୟ ଭାଙ୍ଗିଲା
- Post published:June 13, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul