ଅନୁଗୁଳ: ବହୁଚର୍ଚ୍ଚିତ କାଙ୍ଗୁଲା ନାବାଳିକା ବଳାତ୍କାର ଓ ହତ୍ୟା ମାମଲାରେ ଗତବର୍ଷ ଅଭିଯୁକ୍ତ ଶ୍ରୀନିବାସ ଓରଫ୍ ଅନାମ ଦେହୁରୀକୁ ଫାଶୀ ଦଣ୍ଡାଦେଶ ଦେଇଥିଲେ ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ବତନ୍ତ୍ର ପୋକସ୍ ଅଦାଲତ । ତେବେ ଏହି ଫାଶୀ ଦଣ୍ଡାଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି । ମାମଲାର ପୁନର୍ବାର ଶୁଣାଣି କରି ସାନି ରାୟ ପ୍ରକାଶ କରିବାକୁ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅନୁଗୁଳ ସ୍ବତନ୍ତ୍ର ପୋକ୍ସୋ ଅଦାଲତରେ ଏହି ମାମଲାର ପୁନର୍ବିଚାର ଚାଲିଛି । ଗତ ୧ ତାରିଖ ରେ ଅଭିଯୁକ୍ତ ଅନାମର ବୟାନ ରେକର୍ଡ କରାଯାଇଥିଲା । ବୁଧବାର ଅଭିଯୁକ୍ତ ଅନାମର ବଡ଼ ଭଉଣୀଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ଵତନ୍ତ୍ର ପୋକସୋ ଜଜ୍ ପ୍ରଭାକର ଗଣ୍ଠିଆ ଏହି ମାମଲାର ପୁନର୍ବିଚାର କରୁଥିବା ବେଳେ ସରକାରଙ୍କ ପକ୍ଷରୁ ପିପି ସରୋଜ ପଟ୍ଟନାୟକ ମାମଲା ପରିଚାଳନା କରୁଛନ୍ତି ।
କାଙ୍ଗୁଲା ନାବାଳିକା ବଳାତ୍କାର ଓ ହତ୍ୟା ମାମଲା
- Post published:March 11, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul