କୁଳୁମା ପଞ୍ଚାୟତ ସପ୍ତାହେ ସଟଡାଉନ୍

You are currently viewing କୁଳୁମା ପଞ୍ଚାୟତ ସପ୍ତାହେ ସଟଡାଉନ୍

ଅନୁଗୁଳ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଣିହାଁ ବ୍ଲକ୍‌ର କୁଳୁମା ପଞ୍ଚାୟତକୁ ଏକ ସପ୍ତାହ ପାଇଁ ସଟ୍‌ଡାଉନ୍ ଘୋଷଣା କରାଯାଇଛି । ଗୁରୁବାର ଏହି କଟକଣା ଲାଗୁ ହେବ ବୋଲି କୁହାଯାଇଛି । ପ୍ରକାଶ ଯେ, କୁଳୁମା ଗ୍ରାମପଞ୍ଚାୟତରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଗତକାଲି କଣିହାଁ ବିଡିଓ ରମେଶ ଚନ୍ଦ୍ର ଜେନା, ଅତିରିକ୍ତ ତହସିଲଦାର ରବିନ୍ଦ୍ର ସାମଲ କୁଳୁମା ପଞ୍ଚାୟତ ଗସ୍ତ କରି ସ୍ଥିତି ସମୀକ୍ଷା କରିଥିଲେ। ୨୫ ଜଣଙ୍କର ସ୍ଵାବ୍ ପରୀକ୍ଷା କରାଯାଇଥିବା ବେଳେ ୧୨ ଜଣ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା। ତେଣୁ ଆଜି କୁଳୁମା ସରପଞ୍ଚ ନିଶାକର ବିଶ୍ଵାଳ ପଞ୍ଚାୟତର ୩ଟି ଗାଁ’ କୁଳୁମା, ଖୁଣ୍ଡା, ଓଳଦାକୁ ଆସନ୍ତାକାଲିଠାରୁ ମେ’ ୬ ତାରିଖ ରାତି ୯ଟା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛନ୍ତି । ତେବେ କଟକଣା ବେଳେ ଜରୁରୀକାଳୀନ ସେବା ଅବ୍ୟାହତ ରହିବ ବୋଲି କୁହାଯାଇଛି ।

 

Share

Leave a Reply