ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଗୋପାଳପ୍ରସାଦ ପୀଠରେ ପାଞ୍ଚ ଦିନ ବ୍ୟାପୀ ୩୬ତମ ମହାଚଣ୍ଡୀ ଯଜ୍ଞ ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହେବ। ୧୯ ତାରିଖରେ ଯଜ୍ଞରେ ପୂର୍ଣ୍ଣାହୁତି ଦିଆଯିବ ବୋଲି ନିଷ୍ପରି ହୋଇଛି। ଏହି ଅବସରରେ ଏକ ପ୍ରସ୍ତୁତି ବୈଠକ ଶିକ୍ଷାବିତ୍ ଜଗନ୍ ମୋହନ ଗଡ଼ନାୟକଙ୍କ ଅଧ୍ୟକ୍ଷତାରେ ହିଙ୍ଗୁଳା ପୀଠ ପରିସରରେ ଶନିବାର ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରମିକ ନେତା ସୌଭାଗ୍ୟ ଚନ୍ଦ୍ର ପ୍ରଧାନ, ଗୋବର୍ଦ୍ଧନ ସାହୁ, ସଞ୍ଜୟ ସାହୁ, ଦୁଃଖବନ୍ଧୁ ସାହୁ, ବିଭୁତି ଭୂଷଣ ସାହୁ, ଦିଗାମ୍ବର ଗଡ଼ନାୟକ, ଅର୍ଜୁନ ସାହୁ, ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଶତପଥୀଙ୍କ ସମେତ ମା ହିଙ୍ଗୁଳା ବିଶ୍ୱଶାନ୍ତି ଯଜ୍ଞନୁଷ୍ଠାନର ସମସ୍ତ କର୍ମକର୍ତା ଯୋଗଦେଇଥିଲେ। କୋଭିଡ କଟକଣା ଅନୁପାଳନ ପୂର୍ବକ ସୀମିତ କାର୍ଯକର୍ତାଙ୍କ ଉପସ୍ଥିତିରେ ଯଜ୍ଞକାର୍ଯ୍ୟ ସମାପନ କରାଯିବାକୁ ବୈଠକରେ ସ୍ଥିରୀକୃତ ହୋଇଛି। ପବିତ୍ର କାର୍ତ୍ତିକ ପଞ୍ଚୁକ ଅବସରରେ ହିଙ୍ଗୁଳା ବିଶ୍ୱଶାନ୍ତି ଯଜ୍ଞାନୁଷ୍ଠାନ ଓ ଗୋପାଳପ୍ରସାଦ ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ଏହି ଯଜ୍ଞ ନିରବିଚ୍ଛିନ୍ନ ଭାବରେ ଦୀର୍ଘ ୩୫ ବର୍ଷ ହେଲା ପାଳିତ ହୋଇଆସୁଛି।
୧୫ରୁ ହିଙ୍ଗୁଳା ପୀଠରେ ମହାଚଣ୍ଡୀ ଯଜ୍ଞ
- Post published:November 7, 2021
- Post category:କଳା ଓ ସଂସ୍କୃତି
- Post comments:0 Comments
- Post author:Angul TV Bureau
