ପ୍ରେରଣା ପାଲଟିଛନ୍ତି ମେନକା, ବାଉଁଶ କାରିଗରି ଦେଇଛି ପରିଚୟ, ରୋଜଗାର

0

ଅନୁଗୁଳ: ବାଉଁଶରେ ଭଳିକି ଭଳି କାରୁକାର୍ଯ୍ୟ । ଫୁଲ ଚାଙ୍ଘୁଡିଠୁ ନେଇ ଫୁଲଦାନୀ । ପେନ୍ ଷ୍ଟାଣ୍ଡଠୁ ନେଇ ଠାକୁରଙ୍କ ଆସ୍ଥାନ ପର୍ଯ୍ୟନ୍ତ ଏମିତି ବାଉଁଶରେ ତିଆରି ବହୁ ସାମଗ୍ରୀ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି ଅନୁଗୁଳ ବ୍ଳକ ବେଡ଼ାଶାସନ ପଞ୍ଚାୟତ ଗୋବିନ୍ଦପୁର ଗାଁ’ର ମେନକା ପ୍ରଧାନ । ବାଉଁଶ ହସ୍ତଶିଳ୍ପରେ ନିଜ ପାରିଦର୍ଶିତା ଦେଖାଇ ସେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିବା ସହିତ ସ୍ଵାବଲମ୍ବୀ ହୋଇପାରିଛନ୍ତି । ଏଥିରୁ ରୋଜଗାର ହେଉଥିବା ଟଙ୍କାରେ ତାଙ୍କ ଅଭାବୀ ପରିବାର ବେଶ ଖୁସିରେ ଚାଲିଛି ।ମେନକାଙ୍କ ସ୍ବାମୀ ଜଣେ ଭିନ୍ନକ୍ଷମ । ୨୦୧୦ ମସିହାରୁ ମେନକା ଜଣେ ସଫଳ ଉଦ୍ୟୋଗୀ ହେବା ସହ ନିଜ ପରିବାରର ଭରଣପୋଷଣ ଦାୟିତ୍ବ ନେଇଛନ୍ତି । ସେ ଏବେ ମାସିକ ୬ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି। ସିଇଏଫ୍ ଫଣ୍ଡରୁ ୩୦ହଜାର ଟଙ୍କାର ଋଣ ନେଇ ବ୍ୟବସାୟ ଆରମ୍ଭ କରିଥିଲେ ମେନକା ।ଆଉ ଏବେ ସେ ବାର୍ଷିକ ୭୨ ହଜାର ଟଙ୍କାର ବ୍ୟବସାୟ କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

error: Content is protected !!