ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରେ ମଙ୍ଗଳବାର ସକାଳେ ଅଗ୍ନି ନିର୍ବାପନ ଅଭ୍ୟାସ କରାଯାଇଛି। ଜିଲ୍ଲା ଅଗ୍ନିଶମ ବିଭାଗ ଦ୍ବାରା ଏହା ଆୟୋଜିତ ହୋଇଥିଲା। ଜିଲ୍ଲା ଅଗ୍ନିଶମ ବିଭାଗ ଅଧିକାରୀଙ୍କ ନେତୃତ୍ବରେ ଚିକିତ୍ସାଳୟର ୫୦ରୁ ଊର୍ଦ୍ଧ୍ବ ଡାକ୍ତର, ନର୍ସ, କର୍ମଚାରୀ ଓ ସିକ୍ୟୁରିଟି ଗାର୍ଡ଼ଙ୍କୁ ଅଗ୍ନି ନିର୍ବାପନ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। ଏଥିରେ ଅଗ୍ନି ନିର୍ବାପକ ସିଲିଣ୍ଡର ଚଲାଇବା, ଗ୍ୟାସ ଟାଙ୍କିରେ ନିଆଁ ଲାଗିଲେ ତାହାକୁ ପ୍ରଶମନ କରିବା ଓ ଚକିତ୍ସାଳୟରେ ଅଗ୍ନିକାଣ୍ଡ ଘଟିଲେ ତାହାର କିଭଳି ତୁରନ୍ତ ମୁକାବିଲା କରାଯାଇପାରିବ ସେ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା।
ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନି ନିର୍ବାପନ ଅଭ୍ୟାସ
- Post published:October 13, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
