ଅନୁଗୁଳ: ଅନୁଗୁଳ ସ୍ୱାୟଂଶାସିତ ମହାବିଦ୍ୟାଳୟରେ ଉଦ୍ୟୋଗିକ ନିରାପତ୍ତା ସମ୍ପର୍କିତ ଏକ ସେମିନାର ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଗଣିତ ବିଭାଗ ପକ୍ଷରୁ ଏହି ସେମିନାର ଆୟୋଜିତ ହୋଇଥିଲା। ପ୍ରଥମେ ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଡା ବସନ୍ତ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଆଇଓଏସି ସଂଯୋଜକ ଏସ.ସି ରାଜହଂସ ଶିଳ୍ପ ନିରାପତ୍ତା ଉପରେ ଆଲୋକପାତ କରିଥିଲେ।
ମହାବିଦ୍ୟାଳୟ ଅଧ୍ୟକ୍ଷ ନୀଳାଞ୍ଚଳ ପଟେଲ ବିଜ୍ଞାନଗାରରେ ପରୀକ୍ଷଣ
ସମୟରେ କି-କି ସତର୍କତା ଅବଲମ୍ବନ କରିବେ ତାହା ବର୍ଣନା କରିଥିଲେ। ଏନଟିପିସି ପାଟଣାର ବରିଷ୍ଠ ମହାପ୍ରବନ୍ଧକ ଡ଼ା ମନୋଜ ପ୍ରଧାନ ଶିଳ୍ପ ନିରାପତ୍ତା ଠିକ ଭାବେ ପରିଚାଳନା ନକଲେ କିଭଳି ବିପଦର ସମ୍ମୁଖୀନ ହେବାକୁ ପଡେ ତାହା ବର୍ଣନା କରିବା ସହ ସୁରକ୍ଷିତ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଥିଲେ। ସେମିନାରରେ ଅନ୍ୟମାନଙ୍କ ମଧ୍ୟରେ ଡା ପଞ୍ଜା ପାଣି, ଡ଼ା ସ୍ମିତା ତପସ୍ୱିନୀ, ଡ଼ା ସୁଶାନ୍ତ ସାହୁ, ଡା ବିଜୟିନୀ ମହାପାତ୍ର, ବି.ପି ତରାଇ, ସତ୍ୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।