ଭେଣ୍ଡିଂ ଜୋନ୍ ଭିତରେ କୁଢ଼ କୁଢ଼ ଅଳିଆ ଗଦାଉଛି ଖୋଦ ପୌରପାଳିକା, ଅଭିଯୋଗ କଲେ ଉଚ୍ଛେଦ କରିବାକୁ ଦେଉଛନ୍ତି ଧମକ

You are currently viewing ଭେଣ୍ଡିଂ ଜୋନ୍ ଭିତରେ କୁଢ଼ କୁଢ଼ ଅଳିଆ ଗଦାଉଛି ଖୋଦ ପୌରପାଳିକା, ଅଭିଯୋଗ କଲେ ଉଚ୍ଛେଦ କରିବାକୁ ଦେଉଛନ୍ତି ଧମକ

ଅନୁଗୁଳ: ମଡେଲ ଭେଣ୍ଡିଂ ଜୋନ୍ ଭିତରେ ଅଳିଆ ଗଦା ନେଇ ବୁଧବାର ଅନୁଗୁଳ ପୌରପାଳିକା ୧୯ ନମ୍ଵର୍ ୱାର୍ଡବାସୀ ଅଭିଯୋଗ କରିଛନ୍ତି।

ତାଙ୍କ ଅଭିଯୋଗ ମୁତାବକ, ଗତ ଅଗଷ୍ଟ ୩୧ ରେ ୧୯ ନମ୍ଵର୍ ୱାର୍ଡ ହେମସୁରପଡା ଅଞ୍ଚଳରେ ମଡେଲ ଭେଣ୍ଡିଂ ଜୋନ୍ ଉଦଘାଟିତ ହୋଇଥିଲା। କିନ୍ତୁ ଆଜି ଯାଏଁ ଏହି ଭେଣ୍ଡିଂ ଜୋନ୍ କାହାକୁ ହସ୍ତାନ୍ତର ହୋଇ ନାହିଁ। କାର୍ଯ୍ୟକ୍ଷମ ହୋଇ ନଥିବାରୁ ଭେଣ୍ଡିଂ ଜୋନ୍ ଭିତରେ କିଛି ଦିନ ହେଲା ଅଳିଆ ଗଦା ଯାଉଛି, ଫଳରେ ଦୁର୍ଗନ୍ଧରେ ରହି ହେଉ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ପୌରପାଳିକାରେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନଥିବା ବେଳେ ଘର ଉଚ୍ଛେଦ କରିବା ପାଇଁ ଧମକ ଦେଉଛନ୍ତି ବୋଲି କହିଛନ୍ତି ଅଞ୍ଚଳବାସୀ।

ଏ ନେଇ ପରିମଳ ନିରୀକ୍ଷକଙ୍କୁ ପଚାରିବାରୁ, ଛୋଟ ଗାଡ଼ିରେ ପୌରପାଳିକା ଏରିଆ ଭିତରେ ଅଳିଆ ଗଦା ଯାଉଛି। ବଡ଼ ଗାଡି ଆସି ସେଠାରୁ ଅଳିଆକୁ ଡମ୍ପିନଂକୁ ନେଉଛି ବୋଲି କହିଛନ୍ତି।

Share

Leave a Reply