ନାଲକୋ ବର୍ଜ୍ୟ ଜଳ ପ୍ରଦୂଷଣ: ରିପୋର୍ଟ ସାର୍ବଜନୀନ କରିବାକୁ ଗ୍ରାମବାସୀଙ୍କ ଜିଦ୍

You are currently viewing ନାଲକୋ ବର୍ଜ୍ୟ ଜଳ ପ୍ରଦୂଷଣ: ରିପୋର୍ଟ ସାର୍ବଜନୀନ କରିବାକୁ ଗ୍ରାମବାସୀଙ୍କ ଜିଦ୍

ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକର କୁଲାଡ଼, ଗିରାଙ୍ଗ, ତୁଳସୀପାଳ, ଗାଢ଼ରଖାଇ ଓ ବଡ଼ତଇଳା ଅଞ୍ଚଳରେ ନାଲକୋର ବର୍ଜ୍ୟ ଜଳ ନିଷ୍କାସନକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଦୀର୍ଘ ଦିନ ହେଲା ଏହି ଦୂଷିତ ପାଣି ଚାଷ ଜମି ନଷ୍ଟ କରିବା ସହ ପାନୀୟ ଜଳ ଓ ଜନସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପକାଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।

ସାମାଜିକ କର୍ମୀ ଅଭୟ ସିଂହ ଓ ପ୍ରଶାନ୍ତ ପାତ୍ରଙ୍କ ଅଭିଯୋଗ ପରେ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦର ଇଞ୍ଜିନିୟର ବବିତା ବେହେରା ଉକ୍ତ ଅଞ୍ଚଳରୁ ପାଣି ଓ ମାଟି ନମୁନା ସଂଗ୍ରହ କରିଥିଲେ। ତେବେ ପରୀକ୍ଷା ରିପୋର୍ଟକୁ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ତୁରନ୍ତ ଏହି ରିପୋର୍ଟ ପ୍ରକାଶ କରିବା, ନିରପେକ୍ଷ ତଦନ୍ତ କରିବା ଏବଂ ପ୍ରଦୂଷଣ ରୋକିବା ପାଇଁ ଠୋସ୍ ପଦକ୍ଷେପ ନେବାକୁ ଗ୍ରାମବାସୀ ଜିଦ୍ ଧରିଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ପକ୍ଷରୁ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ମିଳିଛି।

Share

Leave a Reply