ଅନୁଗୁଳ: ଅନୁଗୁଳ ଜିଲ୍ଲା ଏମ୍ସିଏଲ୍ ଜଗନ୍ନାଥ କୋଇଲା କ୍ଷେତ୍ର ଅନ୍ତର୍ଗତ ଅନନ୍ତ ଡିଏଭି ପବ୍ଲିକ୍ ସ୍କୁଲରେ ରବିବାର ନୋ-ଭେହିକିଲ୍ ଡ଼େ ପାଳିତ ହୋଇଛି। ଏହି ଅବସରରେ ଅନନ୍ତ ବିହାର ୟୁକୋବ୍ୟାଙ୍କ ପରିସରରୁ ଅଧ୍ୟକ୍ଷା ଜ୍ୟୋତି ମିଶ୍ରଙ୍କ ଦ୍ବାରା ସଚେତନତା ଶୋଭାଯାତ୍ରା ବାହାରି ଅଞ୍ଚଳ ପରିକ୍ରମା କରିଥିଲା। ସ୍କୁଲ ପରିସରରେ ଛାତ୍ରଛାତ୍ରୀଙ୍କ ସମାବେଶରେ ଅଧ୍ୟାପକ ଅଞ୍ଚନ ମୁଦୁଲି ଓ ପ୍ରଭାକର ମହାନ୍ତି ବକ୍ତବ୍ୟ ରଖି ଏହି ଦିବସ ପାଳନର ମାହାତ୍ମ୍ୟ ଉପରେ ଆଲୋଚନା କରିଥିଲେ । ଶିକ୍ଷକ ଜଗନ୍ନାଥ ବିଭାର ଧନ୍ୟବାଦ ଅର୍ପଣ କରିଥିଲା ବେଳେ ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ ।
ଅନନ୍ତ ଡିଏଭିରେ ନୋ-ଭେହିକିଲ୍ ଡେ
- Post published:September 27, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
