ଅନୁଗୁଳ: ଆକାଉଣ୍ଟ୍ ଯାଞ୍ଚ୍ ନାଁ’ରେ ବିକ୍ରମପୁର ଥାନା ଇଲାକାର ଜଣେ ଯୁବକଙ୍କଠାରୁ ସାଇବର ଲୁଟେରା ୨ଟି ପର୍ଯ୍ୟାୟରେ ୨୨ ହଜାର ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ପୁଲିସ୍ ସୂଚନା ମୁତାବକ, ଲୁଟ୍ର ଶିକାର ହୋଇଥିବା ଯୁବକ ହେଲେ କେ.ଏଚ୍. ଖାନ୍ । ତାଙ୍କ ଘର ବିକ୍ରମପୁର ଥାନା ଇଲାକା ଲକ୍ଷ୍ମୀବଜାର ଅଞ୍ଚଳରେ। ତାଙ୍କ ମୋବାଇଲକୁ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା । ସାଇବର ଠକ ନିଜକୁ ଏସ୍ବିଆଇ କର୍ମଚାରୀ ବୋଲି ପରିଚୟ ଦେଇଥିଲା। ‘ତୁମ ଆକାଉଣ୍ଟ ଯାଞ୍ଚ ଚାଲିଛି, ମୋବାଇଲକୁ ଏକ ଓଟିପି ଯିବ। ସେହି ଓଟିପିକୁ ସଙ୍ଗେ ସଙ୍ଗେ ଜଣାଅ, ନଚେତ୍ ତୁମ ଆକାଉଣ୍ଟ ବନ୍ଦ ହୋଇଯିବ ବୋଲି ଠକ କହିଥିଲା।’ ଆକାଉଣ୍ଟ ବନ୍ଦ ହୋଇଯିବା ଭୟରେ ଶ୍ରୀ ଖାନ୍ ମୋବାଇଲ୍କୁ ଆସିଥିବା ଓଟିପି ଦେଇଥିଲେ। ଏହାର କିଛି କ୍ଷଣ ମଧ୍ୟରେ ତାଙ୍କ ଆକାଉଣ୍ଟରୁ ଟଙ୍କା କଟିବା ଆକମ୍ଭ ହୋଇଥିଲା । ଦୁଇ ଥରରେ ସାଇବର ଠକ ତାଙ୍କ ଆକାଉଣ୍ଟରୁ ମୋଟ୍ ୨୨ ହଜାର ଟଙ୍କା ଉଠାଇ ନେଇଥିଲା। ପରେ ଉକ୍ତ ନମ୍ବରରେ ଶ୍ରୀ ଖାନ୍ ଯୋଗାଯୋଗ କରିବାରୁ ଠକ ଧରାଛୁଆଁ ଦେଇନଥିଲା। ଠକେଇର ଶିକାର ହୋଇଥିବା ଜାଣିବା ପରେ ସେ ଏନେଇ ବିକ୍ରମପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍ କେସ୍ ରୁଜୁ କରି ତଦନ୍ତ ଚଳାଇଛି ।
ଅନ୍ଲାଇନ୍ରେ ଲୁଟିନେଲା ୨୨ ହଜାର
- Post published:December 21, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
