ଅନୁଗୁଳ: ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଭାଗିରଥିପୁର ଛକଠାରେ ଓଡ଼ିଶା ମୋଟର ଚାଳକ ସଂଘ ଜରପଡା ଆଞ୍ଚଳିକ ଶାଖା ପକ୍ଷରୁ ରବିବାର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜରପଡା ଶାଖା ସଭାପତି କୁନାଲ୍ ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ବିଜେପି ନେତା ଅଗସ୍ତି ବେହେରା ଯୋଗ ଦେଇଥିଲେ। ବିଭିନ୍ନ କ୍ଷେତ୍ରରେ ନିୟୋଜିତ ଥିବା ମୋଟର ଚାଳକମାନଙ୍କ ବିଭିନ୍ନ ସମସ୍ୟା ଓ ଅଭାବ ଅସୁବିଧା ସମ୍ପର୍କରେ ଆଲୋଚନା ହୋଇଥିଲା। ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ମତ ପ୍ରକାଶ ପାଇଥିଲା। ବୈଠକରେ ରାଜ୍ୟ ସଭାପତି ମୁକ୍ତିକାନ୍ତ ଶତପଥି ଯୋଗଦେଇ ରାଜ୍ୟ ସ୍ତରରେ ଚାଳକ ସଂଘ ଗଠନ କରାଯିବା ଆବଶ୍ୟକତା ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟତଃ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ନିୟୋଜିତଚାଳକମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ସାମାଜିକ ସୁରକ୍ଷା ଆଇନ, ଚାଳକ କଲ୍ୟାଣ ପାଣ୍ଠି ଗଠନ, ସ୍ୱାସ୍ଥ୍ୟ ବୀମା ପ୍ରଦାନ, ପରିବାରବର୍ଗଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା, ମାଗଣା ଶିକ୍ଷା ସୁବିଧା ପ୍ରଦାନ କରିବା, ୬୦ ବର୍ଷରୁ ଊର୍ଦ୍ଧ୍ବ ଅବସରପ୍ରାପ୍ତ ଚାଳକମାନଙ୍କୁ ମାସିକ ପେନସନ ବ୍ୟବସ୍ଥା କରାଯିବା ଆଦି ଦାବି ଉପରେ ଆଲୋଚନା ହୋଇଥିଲା। ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସମ୍ପାଦକ ପ୍ରଭାକର ମଲ୍ଲିକ, ଯାଜପୁର ଜିଲ୍ଲା ସମ୍ପାଦକ ଅଶୋକ କୁମାର ସାହୁ, କେନ୍ଦ୍ରାପଡା ଜିଲ୍ଲା ସମ୍ପାଦକ ଅନନ୍ତ ଚରଣ ବିଶ୍ୱାସ, ବରଗଡ ଜିଲ୍ଲା ସଭାପତି ନିରୋଜ ପୋଢ଼ ଯାଦବ, ଯାଜପୁର ଜିଲ୍ଲା ପ୍ରଭାରୀ ଶେଷଦେବ ପଣ୍ଡା, ଚତୁରା ନାଏକ, ଜିତୁ ଗଡ଼ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ଏଥିରେ ଜରପଡା ଆଞ୍ଚଳିକ ଶାଖା ପରିଚାଳନା କମିଟି ସର୍ବସମ୍ମତିକ୍ରମେ ମନୋନିତ ହୋଇଥିଲେ। ସଭାପତି ଭାବେ କୁନାଲ ନାଏକ, ଉପ ସଭାପତି ସଞ୍ଜୟ କୁମାର ପ୍ରଧାନ, ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ଗଡ଼ନାୟକ, ସହସମ୍ପାଦକ କିଶୋର ପ୍ରଧାନ, କୋଷାଧ୍ୟକ୍ଷ ବିଶ୍ୱାମିତ୍ର ନାୟକ, ସହକୋଷାଧ୍ୟକ୍ଷ ବିଶ୍ୱଜିତ ପ୍ରଧାନ, ସୁଶାନ୍ତ କୁମାର ଦାସ ପ୍ରମୁଖ ମନୋନୀତ ହୋଇଛନ୍ତି।
ଓଡିଶା ମୋଟର ଚାଳକ ସଂଘର ସାଙ୍ଗଠନିକ ବୈଠକ
- Post published:September 26, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Sanjeeb Biswal
