ଅନୁଗୁଳ: ଅନୁଗୁଳ ଆଦର୍ଶ ଥାନା ଅଧିକାରୀ ଭାବେ ମଙ୍ଗଳବାର ଦାୟିତ୍ବ ଗ୍ରହଣ କରିଛନ୍ତି ଇନ୍ସପେକ୍ଟର ପ୍ରଭାତ କୁମାର ତ୍ରିପାଠୀ। ଏହା ପୂର୍ବରୁ ସେ ଅନୁଗୁଳ ସଦର ଥାନାରେ ଅବସ୍ଥାପିତ ଥିଲେ। ଏଥିସହ ଜିଲ୍ଳାର କିଶୋରନଗର, ହଣ୍ଡପା ଓ କଣିହାଁ ଥାନା ଆଇଆଇସି ଭାବେ ସେ ସଫଳତାର ସହ ଦାୟିତ୍ଵ ନିର୍ବାହ କରିଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତି, ମହିଳାଙ୍କ ସୁରକ୍ଷା ସହିତ ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇବାକୁ ପ୍ରାଥମିକତା ଦେବେ ବୋଲି ଆଦର୍ଶ ଥାନାର ନୂଆ ଆଇଆଇସି ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି।
ଅନୁଗୁଳ ଆଦର୍ଶ ଥାନା ଦାୟିତ୍ବ ନେଲେ ପ୍ରଭାତ ତ୍ରିପାଠୀ
- Post published:November 23, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul
You Might Also Like

ଖୁସି ଖବର! ରାଜ୍ୟର ୧୪୭ଟି ହସ୍ପିଟାଲର ହେବ ନବକଳେବର, ଖର୍ଚ୍ଚ ହେବ ୭୫୦ କୋଟି ଟଙ୍କା

ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ବାର୍ଷିକ ସମୀକ୍ଷା: ଆଠମଲ୍ଲିକସ୍ଥିତ ଜଙ୍ଗଲର ପୁନରୁଦ୍ଧାର ଓ ଚାଲିଥିବା ପ୍ରକଳ୍ପ ଦ୍ବାରା ଲୋକଙ୍କ ଆୟ ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ
