ଓଟିଟିରେ ଏବେ ରିଲିଜ୍ ହେବ ନାହିଁ ଫିଲ୍ମ ‘ପୁଷ୍ପା-୨’

You are currently viewing ଓଟିଟିରେ ଏବେ ରିଲିଜ୍ ହେବ ନାହିଁ ଫିଲ୍ମ ‘ପୁଷ୍ପା-୨’

ମୁମ୍ବାଇ: ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଚଳଚ୍ଚିତ୍ର ‘ପୁଷ୍ପା-୨’ ୧ଡିସେମ୍ବରରେ ମୁକ୍ତିଲାଭ କରିଥିଲା। ଏହା ରିଲିଜ ହେବା ମାତ୍ରେ ଏହି ଫିଲ୍ମ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିଲା। ଏହି ଫିଲ୍ମ ବର୍ତ୍ତମାନ ୧୪୦୦ କୋଟିରୁ ଅଧିକ ଆୟ କରିଛି। ପୁଷ୍ପା-୨ ଚଳିତ ବର୍ଷ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି। ଫିଲ୍ମ ରିଲିଜ ହେବାର ୧୬ ଦିନରୁ ଅଧିକ ସମୟ ବିତିଗଲାଣି। ବର୍ତ୍ତମାନ ଓଟିଟିରେ ଏହି ଚଳଚ୍ଚିତ୍ର ଦେଖିବା ପାଇଁ ଲୋକଙ୍କ ଅପେକ୍ଷା କରିଛନ୍ତି।

କିନ୍ତୁ ଓଟିଟିକୁ ଅପେକ୍ଷା କରୁଥିବା ଦର୍ଶକଙ୍କ ପାଇଁ ଏକ ଖରାପ ଖବର ଅଛି। ଏହି ଫିଲ୍ମ ବର୍ତ୍ତମାନ ଓଟିଟିରେ ଦେଖିବାକୁ ମିଳିବ ନାହିଁ। ଫିଲ୍ମର ପ୍ରଡକ୍ସନ୍ ହାଉସ୍ ନିଜେ ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଏହି ସୂଚନା ସେୟାର କରିଛନ୍ତି । ନିକଟରେ ‘ପୁଷ୍ପା ୨: ଦି ରୁଲ’, ମାଇଥ୍ରି ମୁଭିଜର ପ୍ରଡକ୍ସନ୍ ହାଉସ୍ ସେମାନଙ୍କ ଅଫିସିଆଲ୍ ସାଇଡରେ ସେୟାର କରିଛନ୍ତି। ଏପରି ମଧ୍ୟ କୁହାଯାଇଛି ଯେ ୫୬ ଦିନ ପୂର୍ବରୁ ଏହି ଫିଲ୍ମ କୌଣସି ଓଟିଟିରେ ସେୟାର କରାଯିବ ନାହିଁ ।

Share

Leave a Reply