ତାଳଚେର: କୋଇଲା ନଗରୀ ତାଳଚେରର ବିଭିନ୍ନ ସୁନା ଗହଣା ଦୋକାନରେ ଚଢ଼ାଉ । ଓଜନ ମାପ ବିଭାଗ ଓ ପ୍ରଶାସନ ପକ୍ଷରୁ ଏହି ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର ଜରିମାନା ଆଦାୟ କରାଯାଇଛି। ଧନତେରସରେ ଏହି ଚଢ଼ାଉ ଓଜନ ମାପ , ସୁନାର ମାନ ,ଦୋକାନ ପ୍ରମାଣପତ୍ର ଆଦିକୁ ନେଇ କରାଯାଇଥିଲା । ପାର୍ବଣ ସମୟରେ ବିଭିନ୍ନ ସୁନା ଦୋକାନରୁ ସୁନା କିଣିବାକୁ ଲୋକଙ୍କ ଭିଡ଼ ଲାଗି ରହିଥାଏ । ବିଭିନ୍ନ ସମୟରେ ଓଜନ ମାପରେ ଠକାମୀର ଶିକାର ହୋଇଥାନ୍ତି ।
ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏଭଳି ଚଢ଼ାଉ କରାଯାଇଥିବା କହିଛନ୍ତି ତାଳଚେର ଡେପୁଟି କଲେକ୍ଟର । ପାଖାପାଖି ୧୫ରୁ ଉର୍ଦ୍ଧ୍ଵ ସୁନା ଗହଣା ଦୋକାନରେ ଏହି ଚଢ଼ାଉ କରାଯାଇଥିବା ବେଳେ ମୋଟ ୧ଲକ୍ଷ ୭୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଆଗାମୀ ଦିନରେ ଏଭଳି ଚଢ଼ାଉ ଜାରି ରହିବ ବୋଲି ଓଜନ ମାପ ବିଭାଗ ଓ ପ୍ରଶାସନ ପକ୍ଷରୁ କୁହାଯାଇଛି ।