ଜନ୍ମ ସାର୍ଟିଫିକେଟ ପ୍ରଦାନ ପାଇଁ ଲାଞ୍ଚ ମାଗିବା ଘଟଣା: ଅବସରପ୍ରାପ୍ତ କିରାଣୀଙ୍କୁ ଦୁଇ ବର୍ଷ କାରାଦଣ୍ଡ, ପେନସନ ବନ୍ଦ ପାଇଁ ସୁପାରିଶ

0

ଅନୁଗୁଳ: ଜନ୍ମ ସାର୍ଟିଫିକେଟ ପ୍ରଦାନ ପାଇଁ ଲାଞ୍ଚ କାରବାର ଘଟଣାରେ ଅବସରପ୍ରାପ୍ତ କିରାଣୀଙ୍କୁ ଦୁଇ ବର୍ଷ କାରାଦଣ୍ଡାଦେଶ ଦେଇଛନ୍ତି ଅନୁଗୁଳ ଭିଜିଲାନ୍ସ କୋର୍ଟ। ଏହି ମାମଲା ୨୦୦୩ ମସିହାର।

ସୂଚନା ମୁତାବକ, ୨୦୦୩ ମସିହାରେ ଅନୁଗୁଳ ଜିଲ୍ଲା ଗୋଡ଼ିବନ୍ଧ ପବ୍ଲିକ ହେଲଥ ସେଣ୍ଟରର ତତ୍କାଳୀନ କିରାଣୀ ଅର୍ଜୁନ ଚନ୍ଦ୍ର ସାହୁ ଜଣେ ବ୍ୟକ୍ତିଙ୍କ ପୁଅର ଜନ୍ମ ସାର୍ଟିଫିକେଟ ଦେବା ପାଇଁ ଲାଞ୍ଚ ମାଗିଥିଲେ। ସେତେବେଳେ ସମ୍ପୃକ୍ତ ବ୍ୟକ୍ତି ଏନେଇ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୂର୍ବ ଯୋଜନା ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତି ଶ୍ରୀ ସାହୁଙ୍କୁ ଲାଞ୍ଚ ଟଙ୍କା ଦେଉଥିବା ସମୟରେ ଭିଜିଲାନ୍ସ ବିଭାଗ ଅଧିକାରୀ ମାନେ ତାଙ୍କୁ ଧରିଥିଲେ। ତାଙ୍କ ବିରୋଧରେ ଦଫା 13(2)rw13(1)(d)/7pc ରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରାଯାଇଥିଲା।

ଆଜି ଅନୁଗୁଳ ଭିଜିଲାନ୍ସ କୋର୍ଟ ଜଜ୍ ମାମଲାର ଶୁଣାଣି କରି ଅଭିଯୁକ୍ତ ଅର୍ଜୁନ ଚନ୍ଦ୍ର ସାହୁଙ୍କୁ ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦେୟ ଅଧିକ ଏକ ମାସ ଜେଲ ଦଣ୍ଡ ଶୁଣାଣି କରିଛନ୍ତି।

ତତ ସହିତ ଶ୍ରୀ ସାହୁଙ୍କ ପେନସନକୁ ମଧ୍ୟ ବନ୍ଦ କରିବା ପାଇଁ ସରକାରଙ୍କୁ ସୁପାରିଶ କରିଛନ୍ତି। ସରକାରଙ୍କ ପକ୍ଷରୁ ଏହି କେସକୁ ଆଡିସନାଲ ପିପି ସୌହାର୍ଯ୍ୟ କୁମାର ରାଏ ପରିଚାଳନା କରିଥିଲେ।

 

Leave A Reply

Your email address will not be published.

error: Content is protected !!