ଅନୁଗୁଳ: ଏମ୍ସିଏଲ୍ ଭରତପୁର କୋଇଲା ଖଣି ଅଞ୍ଚଳରୁ କନ୍ଭେୟର ବେଲ୍ ରୋଲର ଚୋରି ଅଭିଯୋଗରେ ପୁଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦୁଇ ଅଭିଯୁକ୍ତଙ୍କ ଘର ନିକଟସ୍ଥ ମୁଣ୍ଡାବସ୍ତି ବୋଲି ଜଣାପଡ଼ିଛି। ସୂଚନା ମୁତାବକ, ଗୁରୁବାର ବିଳମ୍ବିତ ରାତ୍ରିରେ ଏକ ନମ୍ବର ବିହୀନ ସ୍କୁଟରରେ ଦୁଇ ଯୁବକ ଭରତପୁର ଖଣିକୁ ଆସି କନ୍ଭେୟର ବେଲ୍ଟରେ ଥିବା ୧୭ଟି ରୋଲର ଚୋରି କରି ଫେରାର ହେବା ସମୟରେ ସୁରକ୍ଷାବାହିନୀ ଖବର ପାଇ ସେମାନଙ୍କୁ କାବୁ କରିଥିଲେ। ପରେ ସେମାନଙ୍କୁ ପୁଲିସରେ ଜିମା ଦେଇଥିଲେ। ସେମାନଙ୍କ ଠାରୁ ଚୋରି ଲୁହା ସାମଗ୍ରୀ, ରୋଲର ସହ ସ୍କୁଟରକୁ ଜବତ କରାଯାଇଛି । ଖଣି ଅଞ୍ଚଳରେ ସୁରକ୍ଷାକର୍ମୀମାନେ ନିୟୋଜିତ ହୋଇଥିଲେ ମଧ୍ୟ ଦୁର୍ବୃତ୍ତମାନେ ବାରମ୍ବାରର ଖଣିରୁ ଯନ୍ତ୍ରାଂଶ ସହ ତେଲ ଚୋରି କରି ଫେରାର ହୋଇଯାଉଛନ୍ତି।
ଭରତପୁର ଖଣିରୁ ରୋଲର ଚୋରି, ୨ ଗିରଫ
- Post published:August 21, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
