ଜଗନ୍ନାଥ କ୍ଷେତ୍ର ଡିଏଭି ସ୍କୁଲରେ କ୍ଲଷ୍ଟରସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜିତ, ଭାଗ ନେଲେ ୧୬ଟି ବିଦ୍ୟାଳୟର ୨୦୦ ପ୍ରତିଯୋଗୀ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଏମସିଏଲ ଜଗନ୍ନାଥ କ୍ଷେତ୍ର ଡି.ଏ.ଭି ପବ୍ଲିକ ସ୍କୁଲରେ କ୍ଲଷ୍ଟରସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏଥିରେ ୧୬ଟି ବିଦ୍ୟାଳୟର ପ୍ରାୟ ୨୦୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ବିଭିନ୍ନ ବିଭାଗର ମୋଟ ୫୮ଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ କୃତୀ ପ୍ରତିଯୋଗୀ ରାଜ୍ୟସ୍ତରୀୟ ଡି.ଏ.ଭି ଜାତୀୟ କ୍ରୀଡାରେ ଅଂଶ ଗ୍ରହଣ କରିବେ।

କୃତୀ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟର ଅଧ୍ୟକ୍ଷା ଶୁକ୍ଳା ଚକ୍ରବର୍ତ୍ତୀ ଶୁଭେଚ୍ଛା ଜଣାଇଥିଲେ। ସମସ୍ତ ପ୍ରତିଯୋଗିତାକୁ ବିଦ୍ୟାଳୟର ବରିଷ୍ଠ ଖେଳ ଶିକ୍ଷକ ବୀରେନ୍ଦ୍ର କୁମାର ଦାସ ପରିଚାଳନା କରିଥିଲେ।

Leave A Reply

Your email address will not be published.

error: Content is protected !!