ଅନୁଗୁଳ: ବଅଁରପାଳ ଥାନା ଅନ୍ତର୍ଗତ ମହୀଧରପୁର ଫାଣ୍ଡି ଇଲାକାର ଗିରିଧିବାସିଆ ଗାଁ ପାଖ ନାଳ ନିକଟରୁ ଶନିବାର ପୂର୍ବାହ୍ନରେ ଜଣେ କଲେଜ୍ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଛାତ୍ରୀ ଜଣକ ସେହି ଗ୍ରାମର ବାସିନ୍ଦା ହୋଇଥଲା ବେଳେ ଯୁକ୍ତ ତିନି ଶେଷ ବର୍ଷର ଛାତ୍ରୀ ବୋଲି ଜଣା ପଡିଛି। ସେ ଘରୁ ସକାଳ ୯ଟା ବେଳେ ପାଖ ନାଳକୁ ଗାଧୋଇବାକୁ ଯାଇ ଫେରିନଥିଲେ। ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକ ଖୋଜାଖୋଜି ବେଳେ ତାଙ୍କର ମୃତଦେହ ନିକଟସ୍ଥ ନାଳ ନିକଟରେ ଠାବ କରିବା ପରେ ଘଟଣା ସଂପର୍କରେ ପୁଲିସକୁ ଜଣାଇଥିଲେ।ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଚଳାଇଛି ।ପ୍ରାଥମିକ ତଦନ୍ତରୁ କେହି ତାଙ୍କୁ ବଳାତ୍କାର କରିବା ପରେ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତକଙ୍କ ବାପା ଅଭିଯୋଗ କରିବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ସଂପୃକ୍ତ ସନ୍ଦେହରେ ଜଣକୁ ପୁଲିସ୍ ଅଟକ ରଖିଛି।
ଛାତ୍ରୀଙ୍କ ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ
- Post published:July 24, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
