‘ସୁନ୍ଦରୀ’ର ଘର ବାହୁଡ଼ା

You are currently viewing ‘ସୁନ୍ଦରୀ’ର ଘର ବାହୁଡ଼ା

ଅନୁଗୁଳ: ବାଘୁଣୀ ‘ସୁନ୍ଦରୀ’ ଶେଷରେ ମଧ୍ୟପ୍ରଦେଶ ଫେରିଯାଇଛି। ବନ ବିଭାଗର ବହୁ ଉଦ୍ୟମ ପରେ ସୁନ୍ଦରୀକୁ ଧରାଯାଇଛି। ସୁନ୍ଦରୀକୁ ଧରିବା ପାଇଁ ବନ ବିଭାଗର ୩ ଜଣିଆ ଡାକ୍ତରୀ ଟିମ୍‌ ଦ୍ୱାରା ଟ୍ରାଙ୍କୁଲାଇଜ୍‌ କରାଯାଇଥିଲା।ସୁନ୍ଦରୀ ଟ୍ରାଙ୍କୁଲାଇଜ ହେବାର ୧୫ ମିନିଟ ପରେ ଚେତା ପାଇଥିଲା। ଏହା ପରେ ତାକୁ ଏକ ସ୍ବତନ୍ତ୍ର ଗାଡ଼ି ନେଇ ମଧ୍ୟପ୍ରଦେଶ ଅଭିମୁଖେ ବାହାରି ଯାଇଥିଲା ସ୍ଵତନ୍ତ୍ର ଟିମ୍। ତେବେ ସାତକୋଶିଆରୁ ବାହାରିବା ପୂର୍ବରୁ ସୁନ୍ଦରୀର ସ୍ଵାସ୍ଥ୍ୟ ପରୀକ୍ଷା, ଓଜନ ଆଦି ତଦାରଖ କରାଯାଇଥିଲା। ସୁନ୍ଦରୀ ବୁଧବାର ଅପରାହ୍ନରେ ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ଅଭୟାରଣ୍ୟରର ଘୋରେଲା ରିୱାଇଲ୍ଡିଂ ସେଣ୍ଟରରେ ପହଞ୍ଚିବ ବୋଲି ଜଣାଯାଇଛି।

Share

Leave a Reply