ଅନୁଗୁଳ: କରୋନା ଯୋଗୁଁ ବଦଳି ଯାଇଛି ସମାଜର ଛବି। ଇତିହାସରେ ପ୍ରଥମ ଥର ପାଇଁ ସ୍କୁଲ୍ରେ ଶିକ୍ଷାଦାନ ଆରମ୍ଭ ହୋଇଛି ରବିବାରରେ। ଗତ ୮ ମାସ ଧରି ସ୍କୁଲ୍ ବନ୍ଦ ରହିବା ପରେ ଏବେ ଖୋଲିଛି। ସରକାରଙ୍କ ନିର୍ଦ୍ଦେଶ ଶହେ ଦିନ ନିରବଚ୍ଛିନ୍ନ ସ୍କୁଲ୍ରେ ପାଠପଢ଼ା ହେବ। ଏହି କ୍ରମରେ ରବିବାର ସବୁ ହାଇସ୍କୁଲ୍ଗୁଡ଼ିକରେ ପାଠପଢ଼ା ଚାଲିଥିଲା। ପାଠପଢ଼ା ସାଙ୍ଗକୁ ଉପସ୍ଥାନ, ପରିବେଶ ସ୍ବଚ୍ଛତା, କରୋନା ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିବା ପାଇଁ ଅନଗୁଳରେ ପହଞ୍ଚିଛନ୍ତି ଏସ୍ସିଇଆର୍ଟି ନିର୍ଦ୍ଦେଶକ ଗଙ୍ଗାଧର ସାହୁ। ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳର ନେତୃତ୍ବ ନେଇ ଶ୍ରୀ ସାହୁ ବିଭିନ୍ନ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ସ୍କୁଲ୍ ପରିସ୍ଥିତି ସମୀକ୍ଷା କରିବେ।
ରବିବାରରେବି ସ୍କୁଲରେ ହେଲା ଶିକ୍ଷାଦାନ
- Post published:January 11, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul