ବେଲାଦୁଲା ମାଉଳୀ ପୀଠରେ ବଳି ବନ୍ଦ କଲା ପ୍ରଶାସନ

You are currently viewing ବେଲାଦୁଲା ମାଉଳୀ ପୀଠରେ ବଳି ବନ୍ଦ କଲା ପ୍ରଶାସନ

ଆଠମଲ୍ଲିକ: ପ୍ରଶାସନର ପ୍ରୟାସ ସଫଳ ହୋଇଛି। ଗତ ତିନିବର୍ଷ ଧରି ଆଠମଲ୍ଲିକ ବ୍ଲକ୍‌ କନ୍ଧପଡ଼ା ପଞ୍ଚାୟତ ବେଲାଦୁଲା ଗ୍ରାମର ମାଉଳୀ ପୀଠରେ ବଳି ବନ୍ଦ କରିବାକୁ ପ୍ରଶାସନ ଉଦ୍ୟମ ଚଳାଇଥିବା ବେଳେ ଚଳିତ ବର୍ଷ ଗୋଟିଏ ବି ବଳି ପଡ଼ିନଥିବା ଜଣାପଡ଼ିଛି। ଗୁରୁବାର ଅପରାହ୍ନରୁ ରାତି ପର୍ଯ୍ୟନ୍ତ କନ୍ଧପଡ଼ା ଇଲାକାରେ ପୁଲିସ୍‌, ପ୍ରଶାସନ ପକ୍ଷରୁ ପାଟ୍ରୋଲି˚ ଜୋର‌୍‌ଦାର‌୍‌ କରାଯାଇଥିଲା।
ପ୍ରକାଶ ଯେ, ମାର୍ଗଶିର ମାସ ଶେଷ ଗୁରୂୁବାର ମାଉଳୀ ପୀଠରେ ଶତାଧିକ ଛେଳି ବଳି ଦିଆଯାଇଥାଏ। ଗତ କିଛି ବର୍ଷ ହେଲା ମା’ ମାଉଳୀ ପୀଠରେ ବଳି ବନ୍ଦ କରିବାକୁ ସ୍ଥାନୀୟ ପ୍ରଶାସନ ଅଣ୍ଟା ଭିଡ଼ିଛି। ଭକ୍ତ ନିଜର ମାନସିକ ପୂରଣ ପାଇଁ ଶ୍ରଦ୍ଧାଳୁ ବଳି ଯାଚଜ୍ଞା କରିଥାନ୍ତି। ମାନସିକ ପୂରଣ ପରେ ଭକ୍ତମାନେ ମାର୍ଗଶୀର ମାସ ଶେଷ ଗୁରୁବାରରେ ମାଉଳୀଙ୍କ ପୀଠରେ କୁଆଁରୀ ଛେଳି ବଳି ଦେଇଥାନ୍ତି। ଏହି ପ୍ରଥା ରାଜାରାଜୁଡ଼ା ଅମଳରୁ ଚଳି ଆସୁଥିଲା। ଚଳିତ ବର୍ଷ ପୂଜା ପୂର୍ବରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ପ୍ରଶାସନର ବହୁ ଉଦ୍ୟମ ସତ୍ତ୍ବେ ଗତକାଲି ସନ୍ଧ୍ୟାରେ ପୀଠରେ ବଳି ଦେବାକୁ କେତେକ ଭକ୍ତ ଛେଳି ଆଣିଥିବା ସୂଚନା ପାଇଥିଲା ପ୍ରଶାସନ। ତେଣୁ ଆଠମଲ୍ଲିକ ତହସିଲଦାର ଡ. ସ୍ବରୂପାନନ୍ଦ ସାହୁ, ଅତିରିକ୍ତ ତହସିଲଦାର ଅଶୋକ କୁମାର ଦେହୁରୀ, ସୁପରଭାଇଜର ରଶ୍ମି ର˚ଜନ ହୋତା, କିଆକଟା ପୁଲିସ୍‌ ଘଟଣାସ୍ଥଳରେ ଡେରା ପକାଇ ଜଗି ରହିଥିଲେ। ପୁଲିସ୍‌ ପ୍ରଶାସନକୁ ଦେଖି ବଳି ଦେବାକୁ ଆଣିଥିବା ଛେଳି ଲୁଚାଇ ରଖିଥିଲେ ମାନସିକଧାରୀ। ପ୍ରଶାସନ ପକ୍ଷରୁ ୮ଟି ଛେଳିକୁୁ ଉଦ୍ଧାର କରାଯାଇଥିଲା। ତେବେ ବଳି ଦେବାକୁ ଅଣାଯାଇଥିବା ୯୦ରୁ ଅଧିକ ଛେଳି ଗ୍ରାମବାସୀଙ୍କ ପାଖରେ ଥିବା ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

Share

Leave a Reply