ଦୁଇ ଦୂର୍ବୃତ୍ତଙ୍କ ଖାସୀ ଚୋରି ଉଦ୍ୟମ ଫସର ଫାଟିଲା

You are currently viewing ଦୁଇ ଦୂର୍ବୃତ୍ତଙ୍କ ଖାସୀ ଚୋରି ଉଦ୍ୟମ ଫସର ଫାଟିଲା

ଅନୁଗୁଳ: ଦୁଇ ଜଣ ଯୁବକ ଖାସୀ ଚୋରି କରି ନୂଆ ବର୍ଷ ପାଳିବାକୁ ଯୋଜନା କରିଥିବାବେଳେ ଏହା ଫସର ଫାଟି ଯାଇଛି। କାରରେ ଆସୁଥିବା ଦୁଇ ଜଣ ଦୁର୍ବୃତ୍ତ ରାସ୍ତାରୁ ଦୁଇଟି ଛେଳି ଉଠାଇ ଆଣିଥିଲେ ହେଁ, ଲୋକ ଗୋଡାଇବାରୁ ଅନୁଗୁଳ ସହର ମଧ୍ୟରେ ଗାଡିରୁ ଓହ୍ଲାଇ ଖସି ଯାଇଛନ୍ତି।
ମହିଧରପୁର୍ ପଟୁ ଅନୁଗୁଳ ଆଡକୁ କାରରେ ଆସୁଥିବା ଦୁଇ ଜଣ ଯୁବକ ଫୁଲପଡା ନିକଟରେ ରାସ୍ତା କଡରେ ଚରୁଥିବା ଦୁଇଟି ଖାସୀ କାରରେ ଉଠାଇ ଦ୍ରୁତ ଗତିରେ ପଳାଇ ଆସିଥିଲେ। ତେବେ ଏକଥାକୁ ସ୍ଥାନୀୟ ଦୁଇଜଣ ଯୁବକ ଦେଖି ବାଇକରେ କାରକୁ ଗୋଡ଼ାଇ ଥିଲେ। ଧରା ପଡ଼ିଯିବା ଭୟରେ ଗାନ୍ଧିମାର୍ଗ କବରସ୍ଥାନ ନିକଟରେ ଦୁଇ ଦୁର୍ବୃତ୍ତ କାରରୁ ଛେଳି ଓହ୍ଲାଇ  ଦୃତ ଗତିରେ ଖସି ଯାଇଥିଲେ। କାରରୁ ଛେଳି ଓହ୍ଲାଇବା ଦେଖି ହଠାତ୍ କେହି କିଛି ବୁଝି ପାରିନଥିଲେ। ଦୁଇ ଯୁବକ ସାବୁ କଥା ଜଣାଇବା ପରେ ଘଟଣାଟି ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ହୋଇଛି।

Share

Leave a Reply