ଅନୁଗୁଳ ମେଡିକାଲକୁ ଆସିଲା ସି ଆର୍ମ ମେସିନ

You are currently viewing ଅନୁଗୁଳ ମେଡିକାଲକୁ ଆସିଲା ସି ଆର୍ମ ମେସିନ

ଅନୁଗୁଳ:ଦୀର୍ଘଦିନର ପ୍ରତୀକ୍ଷା ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅସ୍ଥି ଶଲ୍ୟ ଜନିତ ଅସ୍ତ୍ରୋପଚାର ପାଇଁ ଆବଶ୍ୟକ ହେଉଥିବା ସି ଆର୍ମ ମେସିନ ସଂସ୍ଥାପନ କରଯାଇଛି। ଅତ୍ୟାଧୁନିକ ଏକ୍ସରେ ଇମେଜିଙ୍ଗ ବ୍ୟବସ୍ଥା ଥିବା ଏହି ଯନ୍ତ୍ର ଦ୍ୱାରା ଜଟିଳ ଅସ୍ଥିଶଲ୍ୟ ସମସ୍ୟାର ସମାଧାନ କରାଯାଇପାରିବ। ଏଠାରେ ସୂଚନା ଯୋଗ୍ୟ ପ୍ରାୟ ୩ ବର୍ଷ ତଳେ ଅନୁଗୁଳ ଜିଲ୍ଲା ତରାସ ଗାଁର ଶୁଭଙ୍କର ଏବଂ କିଛି ମାସ ପରେ ତାଳଚେର ବାଲୁଗାଁ
ଅଂଚଳର ଝିଅ ଶାଳିନୀ ବେହେରାର ଅଣ୍ଟାରେ ଛୁଞ୍ଚି ପଶି ଭାଙ୍ଗିଯିବା ପରେ ସେମାନେ ଅନୁଗୁଳ ଡାକ୍ତରଖାନା ଆସିଥିଲେ। କିନ୍ତୁ ସି ଆର୍ମ ମେସିନ ନ ଥିବାରୁ ସେମାନେ କଟକ ଭୁବନେଶ୍ୱର ଦଉଡି ନୟାନ୍ତ ହୋଇଥିଲେ ।
ପରିସ୍ଥିତି ଏଭଳି ହେଲା ଓଡ଼ିଶା ମାନବାଧିକାର କମିଶନଙ୍କ ହସ୍ତକ୍ଷେପ ପରେ ଅସ୍ତ୍ରୋପଚାର ସମ୍ଭବ ହୋଇ ଥିଲା। ଏବେ ଅନୁଗୁଳ ମେଡିକାଲରେ ସି ଆର୍ମ ମେସିନ ସଂସ୍ଥାପନ ପରେ ଦୁଇଜଣ କର୍ମଚାରୀଙ୍କୁ ତାଲିମ ଦିଆଯିବ ଏବଂ ତା ପରେ ଏହାକୁ କାର୍ଯ୍ୟକାରୀ କରାଯିବ ।

Share

Leave a Reply