ଅନୁଗୁଳ: ଚୋରମାନେ ଅନୁଗୁଳ ମେଡ଼ିକାଲ କଲୋନିରେ ଗତ ଶନିବାର ରାତିରେ କଳା କନା ବୁଲାଇଥିବା ଜଣାପଡିଛି। ଚୋର ମାନେ ଡାକ୍ତର ନିରୋଦ ସାହୁ,ସୁଜାତା ଦାସ, ଷ୍ଟେନୋ ଏବଂ ଜଣେ ଏଲ୍ଟିଙ୍କ ଘରୁ ଚୋରି କରିଥିବା ଜଣା ପଡ଼ିଛି।ଡାକ୍ତର ବିଶ୍ୱଜିତ୍ ସାମଲ ବଡ଼ି ଭୋର ସମୟରେ ଘରୁ ବାହାରିବା ବେଳକୁ ତାଙ୍କ ଦ୍ୱାର କବାଟକୁ ବାହାରୁ କେହି ଦେଇଦେଇଥିବା ସେ ଜାଣିଥିଲେ। ଏହାପରେ ସେ ପଡୋଶୀଙ୍କୁ ଡାକି କବାଟ ଫିଟାଇ ଥିଲେ।ଫଳରେ ଚୋର ପଶି ଥିବା ନେଇ ଜଣା ପଡ଼ିଥିଲା। ତେବେ ଡାକ୍ତର ଏବଂ ଷ୍ଟାଫ୍ ଛୁଟିରେ ଥିବାରୁ ବର୍ତ୍ତମାନ ସୁଦ୍ଧା କ୍ଷୟ କ୍ଷତି ଜଣା ପଡିନାହିଁ। ପୋଲିସ ଖବର ପାଇ ଘଟଣା ସ୍ଥଳ ପରିଦର୍ଶନ କରିଛି।
ମେଡ଼ିକାଲ କଲୋନିରୁ ରାତିକେ ୪ ଘରୁ ଚୋରି
- Post published:November 19, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
Tags: Angul
You Might Also Like
ଜିଲ୍ଲାସ୍ତରୀୟ ଭୀମଭୋଇ ସାମର୍ଥ୍ୟ ଅଭିଯାନ ବୃହତ ବଣ୍ଟନ ଶିବିର, ଭିନ୍ନକ୍ଷମଙ୍କୁ ବଣ୍ଟାଗଲା ଅତ୍ୟାବଶ୍ୟକୀୟ ସାମଗ୍ରୀ
ଜମିଜମା କମ୍ପ୍ୟୁଟରୀକରଣରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଅନୁଗୁଳ ଜିଲ୍ଲାକୁ ଭୂମି ସମ୍ମାନ ପ୍ଲାଟିନମ ପ୍ରମାଣପତ୍ର ପ୍ରଦାନ କଲେ ରାଷ୍ଟ୍ରପତି


