ରେଙ୍ଗାଳି ଗ୍ରୀଡ୍ ସବ୍-ଷ୍ଟେସନରେ ଚୋରି ଘଟଣା: ୬ ଅଭିଯୁକ୍ତ ଗିରଫ, ନଗଦ ଟଙ୍କା ଓ ଗାଡ଼ି ଜବତ

You are currently viewing ରେଙ୍ଗାଳି ଗ୍ରୀଡ୍ ସବ୍-ଷ୍ଟେସନରେ ଚୋରି ଘଟଣା: ୬ ଅଭିଯୁକ୍ତ ଗିରଫ, ନଗଦ ଟଙ୍କା ଓ ଗାଡ଼ି ଜବତ

ଅନୁଗୋଳ: ରେଙ୍ଗାଲି ଡ୍ୟାମ୍ ସାଇଟ୍ ଅଧୀନସ୍ଥ ୨୨୦/୩୩ କେଭି ଗ୍ରୀଡ୍ ସବ୍-ଷ୍ଟେସନରୁ ମୂଲ୍ୟବାନ ତମ୍ବା କଏଲ ଓ ଟ୍ରାନ୍ସଫର୍ମର ଅଏଲ ଚୋରି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଏହି ମାମଲାରେ ପୋଲିସ ମୋଟ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ସୂଚନାଯୋଗ୍ୟ, ଗତ ମେ ୨୪ ତାରିଖ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଗ୍ରୀଡ୍ ଭିତରକୁ ପଶି ପ୍ରାୟ ୭୦ କ୍ୱିଣ୍ଟାଲ ତମ୍ବା କଏଲ ଏବଂ ୨,୦୦୦ ଲିଟର ଟ୍ରାନ୍ସଫର୍ମର ଅଏଲ ଚୋରି କରିଥିଲେ। ଏନେଇ ଏସଡିଓ କପିଳେନ୍ଦ୍ର ଭୋଇଙ୍କ ଅଭିଯୋଗ କ୍ରମେ ରେଙ୍ଗାଲି ଡ୍ୟାମ୍ ସାଇଟ୍ ଥାନାରେ କେସ ନଂ ୧୧୯/୨୦୨୬ ରୁଜୁ ହୋଇଥିଲା।
ତଦନ୍ତକାରୀ ଅଧିକାରୀ ଇନ୍ସପେକ୍ଟର ଚଞ୍ଚଳା ନାୟକଙ୍କ ନେତୃତ୍ୱରେ ପୋଲିସ ଚଢ଼ଉ କରି ଘଟଣାରେ ସମ୍ପୃକ୍ତ ବାଲିଆ ନାଏକ, ବୁବୁନୁ ସାହୁ, ଜୁଗଲ କିଶୋର ସାହୁ, ପ୍ରଧାନ ହେମ୍ବ୍ରମ, ଜିତେନ୍ଦ୍ର ସାହୁ ଓ ରବିନାରାୟଣ ଗଡ଼ନାୟକଙ୍କୁ ଗିରଫ କରିଛି। ପୋଲିସ ଅଭିଯୁକ୍ତଙ୍କ ନିକଟରୁ ୬୫,୧୦୦ ଟଙ୍କା, ଦୁଇଟି ଗାଡ଼ି (ମହିନ୍ଦ୍ରା ବୋଲେରୋ ନିଓ ଓ ପିକ୍-ଅପ୍), କିଛି ତମ୍ବା କଏଲ ଓ ମୋବାଇଲ ଜବତ କରିଛି। ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି।

Share

Leave a Reply