ଜଳିଗଲା ତିନି ବଖରା

You are currently viewing ଜଳିଗଲା ତିନି ବଖରା

ଅନୁଗୁଳ: ଅନୁଗୁଳ ବ୍ଲକର ଜଙ୍ଗଲ ଘେରା ତଳସିରା ଗ୍ରାମରେ ମଙ୍ଗଳବାର ରାତିରେ ଅଗ୍ନିକାଣ୍ଡ ଘଟି ତିନି ଜଣଙ୍କ ତିନି ବଖରା ଘର ଭସ୍ମୀଭୂତ ହୋଇଯାଇଛି।ଅନୁଗୁଳ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ ମଧ୍ୟ ସେତେବେଳକୁ ଘର ପୋଡି ପାଉଁଶ ହୋଇଯାଇଥିଲା।ପ୍ରାପ୍ତ ସୂଚନା ଅନୁଯାୟୀ, ଗ୍ରାମର ବାଦଲ ଦେହୁରୀ, ତୋଫାନ ଦେହୁରୀ,ଉଜ୍ଜ୍ୱଳ ଦେହୁରୀ ପ୍ରତିଦିନ ଭଳି ଖାଇପିଇ ଘରେ ଶୋଇଥିଲେ। ରାତି ପ୍ରାୟ ସାଢେ଼ ୧୧ଟା ବେଳେ କୌଣସି କାରଣରୁ ଘରେ ନିଆଁ ଲାଗିଯାଇଥିଲା। ସପରିବାର ଘର ମଧ୍ୟରୁ ବାହାରକୁ ଚାଲି ଆସିବାରୁ ଅଳ୍ପକେ ବର୍ତୀ ଯାଇଥିଲେ।

Share

Leave a Reply