କୁନୁର ସହିଦଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି

You are currently viewing କୁନୁର ସହିଦଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି

ଅନୁଗୁଳ: ତାମିଲନାଡୁର କୁନୁର ନିକଟରେ ଘଟିଥିବା ଭୟଙ୍କର ହେଲିକପ୍ଟର ଦୁର୍ଘଟଣାରେ ନିହତ ହୋଇଥିବା ସହିଦଙ୍କସ୍ମୃତିରେ ଅମଲା ପଡ଼ା ଠାରେ ଗୁରୁବାର ଏକ ଶୋକ ସଭା ଆୟୋଜିତ ହୋଇଥିଲା।ସହିଦ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଏହି ସଭାରେ ଭାରତର ପ୍ରଥମ ଚିଫ ଅଫ ଡିଫେନ୍ସ ଷ୍ଟାଫ ବିପିନ ରାୱତଙ୍କ ପରଲୋକରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଚୀନ, ପାକିସ୍ଥାନ ସହ ଯୁଦ୍ଧରେ ତାଙ୍କର ସାମରିକ ରଣକୌଶଳ ଏବଂ ସେନାର ଆଧୁନିକୀକରଣ ତାଙ୍କର ଗୁରୁତ୍ୱପୂର୍ଣ ଭୂମିକା ରହିଥିଲା। ସେହିଭଳି ଏହି ଦୁର୍ଘଟଣାରେ ତାଳଚେର କଣ୍ଢାଳ ପଂଚାୟତ କୃଷ୍ଣଚନ୍ଦ୍ରପୁର ଗାଁ ର ଯବାନ ତଥା ଜୁନିଅର ୱାରେଣ୍ଟି ଅଫିସର ରାଣା ପ୍ରତାପ ଦାସ ମଧ୍ୟ ସହିଦ ହୋଇଥିବାରୁ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରାଯାଇଥିଲା। ଜଣେ ସାହସୀ ଯବାନ ଭାବେ ରାଣା ପ୍ରତାପ ସ୍ଥାନୀୟ ଅଞ୍ଚଳରେ ବେଶ ପରିଚିତ ଥିଲେ। ପ୍ରତାପ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ପର୍ଶୁରାମ ଦାଶ, ପ୍ରତାପ ମହାପାତ୍ର, ଆଦ୍ୟଶ୍ଲୋକ ମିଶ୍ର,ସୁବ୍ରତ ତ୍ରିପାଠୀ,ସ୍ୱରୂପ ପାଢ଼ୀ, ବିକାଶ ସାହୁ,ସୌମ୍ୟରଂଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ସହିଦଙ୍କ ସ୍ମୃତିରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।

Share

Leave a Reply