ଗଳା ରାସ୍ତା ସ୍ଥିତି ସମୀକ୍ଷା

You are currently viewing ଗଳା ରାସ୍ତା ସ୍ଥିତି ସମୀକ୍ଷା

ଅନୁଗୁଳ : ଅନୁଗୁଳ ଜିଲ୍ଲା ପାଳଲହଡା ଶିବ ମନ୍ଦିର ଛକରେ ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧି କରଣ (ଏନଏଚଏଆଇ) ଅଣ୍ଡର ପାସ ରାସ୍ତା ନିର୍ମାଣ କରିବା ନେଇ ଏକ ପ୍ରତିନିଧି ଦଳ ମଙ୍ଗଳବାର ପାଳଲହଡାରେ ପହଞ୍ଚି ଶିବ ମନ୍ଦିର ଛକ ଅନୁଧ୍ୟାନ କରିବା ସହ ଖୁବ ଶୀଘ୍ର ସର୍ଭେ କାର୍ଯ୍ୟ ତ୍ବରାନ୍ବିତ କରାଯାଇ ଗଳା ରାସ୍ତା ନିର୍ମାଣ କାର୍ଯ୍ୟ କରାଯିବ ବୋଲି ବିଧାୟକ ମୁକେଶ କୁମାର ପାଳଙ୍କୁ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି। ପାଳଲହଡ଼ା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଚାରିଥାକିଆ ରାସ୍ତା ନିର୍ମାଣ କାର୍ଯ୍ୟ ସରି ଯିବା ପରେ ଗଳା ରାସ୍ତା ନିର୍ମାଣ ନେଇ ଅନିଶ୍ଚିତତା ଦେଖା ଦେଇଥିଲା। ପାଳଲହଡା ବିଧାୟକ ମୁକେଶ କୁମାର ପାଳଙ୍କ ଦାବି ପରେ ଜାତୀୟ ରାଜପଥ ପ୍ରାଧିକାରଣ ସଂସ୍ଥାର ଅଧିକାରୀ ଦଳ ପାଳଲହଡ଼ାରେ ପହଞ୍ଚି ବିଧାୟକ ମୁକେଶ କୁମାର ପାଳ, ଉପଜିଲାପାଳ ଅଜିତ କୁମାର ପ୍ରଧାନ, ବ୍ଲକ ଅଧ୍ୟକ୍ଷ ନବ କିଶୋର ନାୟକ, ବିଜେଡି ବ୍ଲକ ସଭାପତି ଗଙ୍ଗାଧର ଜିତ ପ୍ରମୁଖଙ୍କ ଉପସ୍ଥିତିରେ ମନ୍ଦିର ଛକର ସ୍ଥିତି ସମୀକ୍ଷା କରିଥିଲେ ।

Share

Leave a Reply