ଦୁର୍ନୀତି ଅଭିଯୋଗରେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

You are currently viewing ଦୁର୍ନୀତି ଅଭିଯୋଗରେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଵାଗଡିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଣିଆନଟି ସାହିରେ ୫ଲକ୍ଷ ଟଙ୍କାରେ ଏକ କେନାଲର ନିର୍ମାଣ କାର୍ଯ୍ୟକୁ ବିରୋଧ କରିଛନ୍ତି ବଣିଆନଟି ଗ୍ରାମବସୀ। ଫଳରେ ଶନିବାର ଗାଁ ଲୋକମାନେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲାପକାଇ ଦେଇଥିଲେ। ସୂଚନା ଅନୁଯାୟୀ, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୨୦୨୦-୨୧ ଆର୍ଥିକ ବର୍ଷରେ ଏହି କେନାଲର ଉନ୍ନତିକରଣ କରିବାକୁ ୫ଲକ୍ଷ ଟଙ୍କା ଅନୁଦାନ ଆସି ଉନ୍ନତି କରଣ କାର୍ଯ୍ୟ ହେଉଥିଲା। ବଣିଆନଟିର ଶ୍ରମିକମାନଙ୍କୁ କେନାଲ ନିର୍ମାଣ କାମରେ ନଲଗାଇ ମେସିନ୍ ଓ ଅନ୍ୟ ପଞ୍ଚାୟତର ଶ୍ରମିକ ମାନଙ୍କୁ କାମରେ ଲଗାଇଥିଲେ। ଫଳରେ ଶନିବାର ଗାଁ ଲୋକମାନେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲାପକାଇ ଦେଇଥିଲେ। ପରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶୁକଦେବ ସାହୁଙ୍କ ବୁଝାସୁଝା ପରେ ସେମାନେ ତାଲା ଖୋଲିଥିଲେ। କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସାହୁ ଲୋକମାନଙ୍କୁ ପ୍ରକାଶ କରିଥିଲେ କି ସେଠାରେ ବର୍ତ୍ତମାନ ପାଇଁ ନିର୍ମାଣ କାର୍ଯ୍ୟ ବନ୍ଦ ରହିବ, ଜାଗା ଚିହ୍ନଟ ହେଲାପରେ ଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ବଣିଆନଟିର ବାସିନ୍ଦା ଆନ୍ଦୋଳନରୁ ଓହରି ଥିଲେ।

Share

Leave a Reply