ଅନୁଗୁଳ: ଅନୁଗୁଳ ପୌରପାଳିକ।ରେ ଘର ଘର ବୁଲି ଆବର୍ଜନା ସଂଗ୍ରହ କରିବା ପାଇଁ ନିକଟରେ ୧୮ଟି ବିଓଭି ବା ବ୍ୟାଟେରୀ ଅପରଟେଡ଼ ଭେଇକିଲର ଶୁଭାରମ୍ଭ କରିଥିଲେ ରାଜ୍ୟ ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ। ଏହି ଚାଳକ ମାନଙ୍କ ମଧ୍ୟରେ ୩ ଜଣ ମହିଳା ଓ ଜଣେ କିନ୍ନର ସ୍ଥାନ ପାଇଛନ୍ତି। ଆଜିର ପୁରୁଷ ପ୍ରଧାନ ସମାଜରେ ମହିଳାମାନେ ସବୁ କାମରେ ପାରଙ୍ଗମ ହେଉଥିଲେ ମଧ୍ୟ ଅନୁଗୁଳରେ ମହିଳାମାନେ ଶାଢ଼ୀ ପିନ୍ଧି ଡାଲା ଅଟୋ ଚଲାଇବା ଏକ ନୂଆ ଘଟଣା। ସେମାନଙ୍କ କାର୍ଯ୍ୟ ଦେଖିବାକୁ ସହରବାସୀଙ୍କ ମଧ୍ୟରେ ଦେଖିବାକୁ ଆଗ୍ରହ ପ୍ରକାଶ ପାଉଛି।ସ୍ଥାନୀୟ ହୁଲୁରିସିଂହା ଅଂଚଳର ମହିଳା ଭାବିନୀ ଘଡେଇ, ରଶ୍ମିଲତା ଭୋଇ,ଭାରତୀ ପେଣ୍ଠଇ ଏହି ବିଓଭି ଗାଡି ଚଳାଉଥିବା ଜଣା ପଡ଼ିଛି।
ଅନୁଗୁଳରେ ବିଓଭି ଚଳାଇଲେ ମହିଳା
- Post published:July 15, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
