୬୧ ତମ ଗୃହରକ୍ଷୀ ବାହିନୀ ଦିବସ ପାଳିତ: ଅଭିବାଦନ ଗ୍ରହଣ କଲେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ

You are currently viewing ୬୧ ତମ ଗୃହରକ୍ଷୀ ବାହିନୀ ଦିବସ ପାଳିତ: ଅଭିବାଦନ ଗ୍ରହଣ କଲେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ

ଅନୁଗୁଳ: ସ୍ଥାନୀୟ ଗୃହରଖି ବାହିନୀ କାର୍ଯ୍ୟାଳୟ ପରିସରରେ ୬୧ ତମ ଗୃହରକ୍ଷୀ ବାହିନୀ ଦିବସ ବୁଧବାର ପାଳିତ ହୋଇଛି। ଏ ଅବସରରେ ଆୟୋଜିତ ସମ୍ମିଳିତ ପରେଡରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ଯୋଗଦେଇ କ୍ୟାଡେଟଙ୍କ ଅଭିବାଦନ ଗ୍ରହଣ କରିଥିଲେ। ପରେ ଶ୍ରୀ ମିଶ୍ର କାର୍ଯ୍ୟରତ ଗୃହରକ୍ଷୀଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଗୃହ ସଚିବ, ହୋମଗାର୍ଡ ଡିଜିଙ୍କ ଦ୍ୱାରା ପ୍ରେରିତ ବାର୍ତ୍ତା ପଠନ କରିଥିଲେ।

ଯେଉଁମାନେ ଭଲ କାମ ପ୍ରଦର୍ଶନ କରୁଛନ୍ତି, ଆଗାମୀ ଦିନରେ ସେମାନଙ୍କୁ ପୁରସ୍କାର ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ। ଆଜିର ପରେଡରେ ଗୃହରକ୍ଷୀମାନେ ଭଲ ପ୍ରଦର୍ଶନ କରିଥିବାରୁ କ୍ୟାଡେଟ୍ଓ ପରେଡ କମାଣ୍ଡରଙ୍କ ପାଇଁ ଏସପି ଶ୍ରୀ ମିଶ୍ର ପୁରସ୍କାର ରାଶି ଘୋଷଣା କରିଥିଲେ।

କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସତ୍ୟଜିତ ମିଶ୍ର, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିକ୍ରମ କିଶୋର ଭୋଇ ଏବଂ ସୁରେନ୍ଦ୍ରନାଥ ରାଜଗୁରୁ, ଅନୁଗୁଳ ଉପଖଣ୍ଡ ଅଧିକାରୀ ରମାକାନ୍ତ ମହାଳିକ, ରିଜର୍ଭ ପୋଲିସ ଇନ୍ସପେକ୍ଟର ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply