ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନାର ଜଣେ ପୋଲିସ କର୍ମଚାରୀଙ୍କୁ ଜଣେ ଯୁବକ ମାଡ଼ ମାରିଥିବା ଜଣାପଡ଼ିଛି। ଏ ନେଇ ଠାକୁରଗଡ଼ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ପୋଲିସ ଘଟଣାକୁ ଚାପି ଦେବାକୁ ଯୋଜନା କରୁଥିବା ସୂଚନା ମିଳିଛି।
ସୂଚନା ମୁତାବକ, ଉକ୍ତ ଯୁବକ ତାଙ୍କ ଦୋକାନରେ ବସିଥିବା ବେଳେ ପୋଲିସ କର୍ମଚାରୀ ଜଣ ସେଠାକୁ ଯାଇଥିଲେ। କିନ୍ତୁ ସେଠାରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଯୁବକ ଜଣକ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିଥିବା ଜଣାପଡ଼ିଛି। ଏ ନେଇ ଠାକୁରଗଡ଼ ଥାନା ଆଇଆଇସି ଶଶୀଭୂଷଣ ବେହେରା କହିଛନ୍ତି, ଉଭୟଙ୍କ ମଧ୍ୟରେ ଠେଲାପେଲା ହୋଇଛି। ସେଭଳି କୌଣସି ମାଡ଼ ହୋଇନଥିବା କହିଛନ୍ତି।











