ଆନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ସଦର ମହକୁମାରେ ମଙ୍ଗଳବାର ଆନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁରକ୍ଷିତ ଗର୍ଭପାତ ଓ ଉଭୟ ମା’ ଓ ଶିଶୁର ଉପଯୁକ୍ତ ଯତ୍ନନେବା ସମ୍ପର୍କରେ ଆଲୋଚନା କରାଯାଇଥିଲା।ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧୁକାରୀ ଡ. ତ୍ରିଲୋଚନ ପ୍ରଧାନ ସଭାପତିତ୍ବ କରି ଅନୁମୋଦିତ ସ୍ବାସ୍ଥ୍ୟ କେନ୍ଦ୍ରରେ ଗର୍ଭପାତ କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ଆଶା, ଅଙ୍ଗନୱାଡି କର୍ମୀ ଓ ସ୍ଵାସ୍ଥ୍ୟ କର୍ମୀ ଘରକୁ ଘର ବୁଲି ଏ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ପାଇଁ ପରାମର୍ଶ ଦେଇଥଲେ। ଗର୍ଭପାତ କିପରି ଶିଘ୍ର ହେବ ଓ ସହଜ ସରଳ ଭାବରେ ପରିଚାଳିତ ହୋଇପାରିବ ସେଥିପାଇଁ ପଦକ୍ଷେପ ନେବାକୁ ଡ. ପ୍ରଧାନ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜନ ସ୍ବାସ୍ଥ୍ୟ ଅଧୁକାରୀ ଡ. ଦିଲ୍ଲିପ କୁମାର ପଟ୍ଟନାୟକ ଯୋଗ ଦେଇ ସୁରକ୍ଷିତ ଗର୍ଭପାତ କରାଇବାର ଉପଯୁକ୍ତ ସମୟ ଓ ବିଧି ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଜନ ସ୍ଵାସ୍ଥ୍ୟ ସଞ୍ଚାର ଅଧିକାରୀ ଭରତ କୁମାର ସାହୁ ଓ ଡିଏମ୍ଆରସିଏଚ୍ ପରିଚାଳନା କରିଥିଲେ।

Leave A Reply

Your email address will not be published.

error: Content is protected !!