ଅନୁଗୋଳ: ଅନୁଗୋଳ ବଣିନଳୀ ବିଶ୍ଵ ଯୁବ କେନ୍ଦ୍ର ଦ୍ୱାରା ପରିଚାଳିତ “ଆକ୍ସେସ ଟୁ ଜଷ୍ଟିସ” ପ୍ରକଳ୍ପ ଜରିଆରେ କିଶୋରନଗର ବ୍ଲକ୍ ବିଲେଇନାଳି ପଞ୍ଚାୟତର ଭେଜିଗୋଠ ଗ୍ରାମରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ୱାର୍ଡମେମ୍ବର, ଅଙ୍ଗନୱାଡ଼ି, ଆଶା କର୍ମୀ ଏବଂ କିଶୋରୀ କିଶୋରଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାଲ୍ୟବିବାହ, ଶିଶୁ ଚାଲାଣ, ଶିଶୁ ଯୌନ ନିର୍ଯାତନା, ଶିଶୁ ଶ୍ରମିକ ଓ ଏହାର ଭୟାବହତା ସମ୍ପର୍କରେ ବିଶେଷ ଆଲୋଚନା କରାଯାଇଥିଲା। ଭାରତୀୟ ଆଇନ ଅନୁଯାୟୀ ବାଲ୍ୟବିବାହର ଦଣ୍ଡବିଧାନ ଏବଂ ପ୍ରତ୍ୟେକ ଶିଶୁର ଚାରୋଟି ପ୍ରାଥମିକ ଅଧିକାର ବିଷୟରେ ଅବଗତ କରାଯାଇଥିଲା।
ବିଶ୍ୱଯୁବ କେନ୍ଦ୍ରର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଓ ପୂଜା ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ପ୍ରକଳ୍ପ ସହଯୋଗୀ ଦିପି ଦେହୁରୀ ସଞ୍ଚାଳନ କରିଥିଲେ।











