କଣିହାଁରେ ଦୁଇଟି ପୁସ୍ତକ ଲୋକାର୍ପିତ

You are currently viewing କଣିହାଁରେ ଦୁଇଟି ପୁସ୍ତକ ଲୋକାର୍ପିତ

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ କୋଇଲା କ୍ଷେତ୍ର ସଭାଗୃହରେ ରବିବାର ଏକ ଗରିମାମୟ ଉତ୍ସବରେ ଦୁଇଟି ପୁସ୍ତକ ଲୋକାର୍ପିତ ହୋଇଛି। କଣିହାଁ କୋଇଲା କ୍ଷେତ୍ରର ପ୍ରବନ୍ଧକ ଇଂ. ଦିନେଶ କୁମାର ମାଳିଙ୍କ ରଚିତ ‘ପବିତ୍ର ମୋହନ ପ୍ରଧାନ: ଭାରତ ରତ୍ନ କେ ଦାବିଦାର’ ଏବଂ ଶିକ୍ଷାବିତ ସୁଧାକର ସାହୁଙ୍କ ଧାର୍ମିକ ଗ୍ରନ୍ଥ ‘ଜ୍ଞାନାମୃତ’ ଲୋକାର୍ପିତ ହୋଇଛି।

ମହାପ୍ରବନ୍ଧକ ନରେଶ ସିଂହ ରାଣାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ପ୍ରଫେସର ଶାନ୍ତନୁ କୁମାର ସର ମୁଖ୍ୟ ଅତିଥି ଓ ପ୍ରଫେସର ବିଶ୍ୱରଞ୍ଜନ ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗଦେଇ ପୁସ୍ତକ ଦୁଇଟିର ସମୀକ୍ଷା କରିଥିଲେ।

ବକ୍ତାମାନେ ସ୍ୱାଧୀନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କ ଅବଦାନକୁ ସ୍ମରଣ କରି ତାଙ୍କୁ ଦଳମତ ନିର୍ବିଶେଷରେ ‘ଭାରତ ରତ୍ନ’ ସମ୍ମାନ ପ୍ରଦାନ ପାଇଁ ସର୍ବସ୍ତରରୁ ଦାବି ଉଠିବା ଉଚିତ ବୋଲି ମତପ୍ରକାଶ କରିଥିଲେ। ସିଦ୍ଧି ପ୍ରସାଦ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଲେଖକଙ୍କ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ।

Share

Leave a Reply