ତାଳଚେରରେ ନାବାଳିକା ଅପହରଣ: ଦୁଇ ଗିରଫ, ନାବାଳିକା ଉଦ୍ଧାର

You are currently viewing ତାଳଚେରରେ ନାବାଳିକା ଅପହରଣ: ଦୁଇ ଗିରଫ, ନାବାଳିକା ଉଦ୍ଧାର

ଅନୁଗୋଳ: ତାଳଚେର ବିକ୍ରମପୁର ଥାନା ଅଞ୍ଚଳରେ ଜଣେ ଷଷ୍ଠ ଶ୍ରେଣୀ ନାବାଳିକା ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି। ପୋଲିସ ତତ୍ପରତା ପ୍ରକାଶ କରି ନାବାଳିକାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଛି।

ସୂଚନା ଅନୁଯାୟୀ, ବିକ୍ରମପୁର ଅଞ୍ଚଳର ବିଶ୍ୱଜିତ୍ ନାଏକ (୧୯) ଉକ୍ତ ନାବାଳିକାଙ୍କୁ ଏକତରଫା ପ୍ରେମ କରୁଥିଲେ ଏବଂ ବିଭିନ୍ନ ପ୍ରଲୋଭନ ଦେଖାଉଥିଲେ। ମାତ୍ର ନାବାଳିକା ଜଣକ ଏଥିରେ ରାଜି ନହେବାରୁ, ଗତକାଲି ଯୁବକ ଜଣକ ତାଙ୍କୁ ଏକୁଟିଆ ପାଇ ଜୋରଜବରଦସ୍ତି ଅପହରଣ କରି ନେଇଥିଲେ।

ଏନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ବିକ୍ରମପୁର ଥାନାରେ ଅଭିଯୋଗ କରାଯିବା ପରେ, ପୋଲିସ ତ୍ରୁତଗତିରେ ଛାନଭିନ୍ କରି ନାବାଳିକାଙ୍କୁ ଉଦ୍ଧାର କରିଥିଲା। ଏହି ଅପହରଣରେ ମୁଖ୍ୟ ଅଭିଯୁକ୍ତଙ୍କୁ ସହଯୋଗ କରିଥିବା ତାଙ୍କ ସମ୍ପର୍କୀୟ ଗୋପାଳ ନାଏକଙ୍କୁ ମଧ୍ୟ ପୋଲିସ ଗିରଫ କରିଛି।

Share

Leave a Reply