ଭାଉଜଙ୍କୁ ଆକ୍ରମଣ, ଦିଅର ଗିରଫ

You are currently viewing ଭାଉଜଙ୍କୁ ଆକ୍ରମଣ, ଦିଅର ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍‌ ତଥା ରେଙ୍ଗାଳି ଥାନା ଆର୍କିଳି ଗ୍ରାମର ଜଣେ ଅସହାୟ ବିଧବା ମହିଳା ମାମି ସାହୁଙ୍କୁ ଆକ୍ରମଣ କରିବା ଅଭିଯୋଗରେ ପୁଲିସ ତାଙ୍କ ଦିଅର ମୁନା ସାହୁକୁ ଗିରଫ କରିଛି । ଧାନ ବେଙ୍ଗଳା କରିବାକୁ କେନ୍ଦ୍ର କରି ଶ୍ରୀମତୀ ସାହୁଙ୍କୁ ଦିଅର ମୁନା ଲୁହା ପାଇପ୍‌ରେ ପ୍ରାଣାନ୍ତକ ଆକ୍ରମଣ କରିଥିଲା ବୋଲି ପୁଲିସ ନିକଟରେ ଅଭିଯୋଗ ହୋଇଥିଲା। ପୂର୍ବରୁ ମଧ୍ୟ ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ନେଇ ଶ୍ରୀମତୀ ସାହୁ ଏତଲାରେ ଦର୍ଶାଇଛନ୍ତି। ପୁଲିସ କେସ୍ ରୁଜୁ କରି ଅନୁସନ୍ଧାନ ଚଳାଇଛି।

Share

Leave a Reply