ବଅଁରପାଳ : ବଅଁରପାଳ ୫୫ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ସାମଲ କେୟାର ହସ୍ପିଟାଲ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ୨୦୧୪ ଆଜି ତାରିଖରେ ସାମଲ କେୟାର ହସ୍ପିଟାଲ ଉଦଘାଟିତ ହୋଇଥିଲା। ଏହି ଦଶମ ପ୍ରତିଷ୍ଠା ଦିବସରେ କେୟାର ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଛି।
ଉଦ୍ୟୋଗପତି ରମେଶ ଚନ୍ଦ୍ର ସାମଲ କାର୍ଯ୍ୟକ୍ରମ ଉଦଘାଟନ କରିଥିବା ବେଳେ ନିର୍ଦ୍ଦେଶକ ଡା କୁମାର ଗୌରବ ସାମଲ ଓ ଡା ସୁଚିସ୍ମିତା ସାମଲ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଡା ଜମ୍ବେଶ୍ଵର ତ୍ରିପାଠୀ ଙ୍କ ନେତୃତ୍ଵରେ କେୟାର ମଧ୍ୟରେ ଥିବା ସମସ୍ତ ରୋଗୀଙ୍କୁ ଫଳ, ମିଠା ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଡା ସଞ୍ଜୟ କର ମ୍ୟାନେଜର ଲଳିତ ମୋହନ ନାୟକ, ଚେତନ କୁମାର ପଟ୍ଟନାୟକ, ମହେନ୍ଦ୍ର ବିଶ୍ଵାଳ, ରାଜୀବ ଲୋଚନ ବାରିକ, ବିଶ୍ଵକାନ୍ତ ପଣ୍ଡା, ଅମ୍ବିକା ପ୍ରସାଦ ମହାପାତ୍ର ଓ ହସ୍ପିଟାଲ୍ ର କର୍ମଚାରୀମାନେ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।
ଡା ସତ୍ୟବ୍ରତ ପ୍ରଧାନଙ୍କ ନେତୃତ୍ଵରେ ବ୍ଲଡ ବ୍ଯାଙ୍କ ପକ୍ଷରୁ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ କରାଯାଇଥିଲା। ଆଜି ମୋଟ ୫୩ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି।