ଅନୁଗୁଳ : ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ତରଫରୁ ନାଲ୍କୋ ନଗର ଥାନା ଅଞ୍ଚଳରେ ବୁଧବାର ଚଢ଼ଉ କରାଯାଇ ବ୍ରାଉନ୍ସୁଗର୍ ଜବତ କରାଯିବା ସହ ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ସୂଚନା ମୁତାବକ,ଏକ ବିଶ୍ୱସ୍ତ ସୂତ୍ରରୁ ଖବରପାଇ କାଣ୍ଡସର ଗାଁ ମନ୍ଦିର ନିକଟରେ ଠିଆ ହୋଇଥିବା ସନ୍ତୋଷ ସାହୁ(୩୩) ନାମକ ଜଣେ ଯୁବକଙ୍କୁ ପୋଲିସ କାବୁ କରିଥିଲା । ସନ୍ତୋଷଙ୍କୁ ଯାଞ୍ଚ କରାଯିବାରୁ ତା’ ପାଖରୁ ୧୦ ଗ୍ରାମ ଓଜନର ବ୍ରାଉନ୍ସୁଗର ମିଳିଥିଲା।ବିଭାଗ ତରଫରୁ ଏକ ମାମଲା ରୁଜୁ କରାଯାଇ ସନ୍ତୋଷଙ୍କୁ ଗିରଫ କରି ବ୍ରାଉନ୍ସୁଗର ଓ ବାଇକ୍ ଜବତ କରାଯାଇଛି ।
ବ୍ରାଉନ୍ସୁଗର ଜବତ, ଯୁବକ ଗିରଫ
- Post published:February 9, 2023
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Swagatika Samantray
