ଅନୁଗୁଳ: ନାଲକୋନଗର ସ୍ଥିତ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରୁ ଏକ ସିସିଟିଭି କ୍ୟାମେରା ଚୋରି ହୋଇଯାଇଛି । ପୁଲିସ୍ ସୂଚନା ମୁତାବକ, ଗୁରୁବାର ଦିନ ପୂର୍ବାହ୍ନ ସାଢ଼େ ୯ଟା ବେଳେ ଶାଖା ପ୍ରବନ୍ଧକ ରବୀନ୍ଦ୍ରନାଥ ଦାଶ ବ୍ୟାଙ୍କକୁ ଆସିଥିଲେ । ବ୍ୟାଙ୍କର ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ବେଳେ ଜଣେ ଅଜଣା ବ୍ୟକ୍ତି ପାର୍କିଂ ସ୍ଥାନରେ ଥିବା କ୍ୟାମେରାକୁ ଚୋରି କରୁଥିବା ଦେଖିବାକୁ ପାଇଥିଲେ। ସେ ଏନେଇ ନାଲ୍କୋ ଟାଉନସିପ୍ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ଏ ସଂକ୍ରାନ୍ତରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ବ୍ୟାଙ୍କରୁ ସିସିଟିଭି କ୍ୟାମେରା ଚୋରି
- Post published:April 3, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Sanjeeb Biswal
