ଅନୁଗୁଳ: ଅନୁଗୁଳ ଜିଲ୍ଲା ମହାନଦୀ କୋଲ୍ ଫିଲ୍ଡ଼,ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ ଡିଏଭି ପବ୍ଲିକ୍ ସ୍କୁଲ, ଅନନ୍ତ ବିହାର ପରିସରରେ ରବିବାର ଶିଶୁ ଦିବସ ପାଳିତ ହୋଇ ଯାଇଛି। ଅନନ୍ତ ଓ.ସି.ପି.ର ପ୍ରକଳ୍ପ ଅଧିକାରୀ ଉରେନ୍ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜବାହାରଲାଲ ନେହେରୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ସମ୍ମାନିତ ଅତିଥି ଭାବେ ଅନନ୍ତ ଓ.ସି.ପି.ର ପର୍ସନେଲ୍ ମ୍ୟାନେଜର ଜି.କେ.ପଣ୍ଡା ,ଅନନ୍ତ ଓ.ସି.ପି.ର ମ୍ୟାନେଜର ସି.ଆର୍.ଦାସ,ଏବଂ ବିଭିନ୍ନ ଶ୍ରମିକ ସଂଗଠନର ନେତୃମଣ୍ଡଳୀ ସମାରୋହରେ ଯୋଗ ଦେଇ ଥିଲେ।ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀଗଣ କୋଭିଡ୍-୧୯ର ନିୟମକୁ ଅନୁପାଳନ କରି ଏହି ଉତ୍ସବରେ ସହଯୋଗ କରିଥିଲେ। ଅଧ୍ୟକ୍ଷା ଜ୍ୟୋତି ମିଶ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ ନେହେରୁଙ୍କ ଜୀବନର ଯଶସ୍ଵୀ ଦିଗ ପ୍ରତି ଆଲୋକପାତ କରିଥିଲେ।ଏହି ପବିତ୍ର ଦିବସ ଉପଲକ୍ଷେ ସୀମିତ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ଦ୍ଵାରା ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ମାନପତ୍ର ପ୍ରଦାନ ପୂର୍ବକ ପୁରସ୍କୃତ କରିଥିଲେ। ଶିକ୍ଷକ ଜଗନ୍ନାଥ ବିଭାର ମଞ୍ଚ ସଞ୍ଚାଳନ କରିଥିବା ବେଳେ ଅଧ୍ୟାପକ ପ୍ରଭାକର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ସହଯୋଗ କରିଥିଲେ।
ଅନନ୍ତ ଡିଏଭିରେ ଶିଶୁ ଦିବସ ପାଳିତ
- Post published:November 15, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
