ଲୁଟିଖିଆଙ୍କୁ ଲୋକେ ଉଚିତ୍ ଜବାବ ଦେବେ: କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ ସସ୍ମିତାଙ୍କ ୫ ଗ୍ୟାରେଣ୍ଟି

0

ଅନୁଗୁଳ: ସାଂପ୍ରତିକ ରାଜନୀତିରେ ଅଣ୍ଡରଡଗ କୁହାଯାଉଥିବା ଭାରତୀୟ ଜାତୀୟ କଂଗ୍ରେସ ଆଜି ଅନୁଗୁଳର ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତାର ଦମ୍ ଦେଖାଇଛି। ଭରପୁର ସାମ୍ବାଦିକ ସମ୍ମିଳନୀରେ ଢେ଼ଙ୍କାନାଳ ସଂସଦୀୟ କ୍ଷେତ୍ରର ସାଂସଦ ପ୍ରାର୍ଥୀ ସସ୍ମିତା ବେହେରା,ଜିଲ୍ଲା ସଭାପତି ତଥା ଅନୁଗୁଳ ବିଧାନସଭା ଆସନ ପାଇଁ ଲଢୁଥିବା ଇଂ ଅମ୍ବିକା ପ୍ରସାଦ ଭଟ୍ଟ,ତାଳଚେର ବିଧାନସଭା ପ୍ରାର୍ଥୀ ପ୍ରଫୁଲ୍ଲ ଦାସ,ରାଜ୍ୟ ମୁଖପାତ୍ର ଜଗଦାନନ୍ଦ ପ୍ରଧାନ,ଅନୁଗୁଳ ମହିଳା କଂଗ୍ରେସ ସଭାନେତ୍ରୀ ସବିତା ଧିର ଏବଂ ମିଡ଼ିଆ ପ୍ରଭାରୀ ଗୋପାଳ ନାଥ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

ସଭା ଆରମ୍ଭରେ ରାଜ୍ୟ କଂଗ୍ରେସ ମୁଖପାତ୍ର ଶ୍ରୀ ପ୍ରଧାନ ବିଜେଡି ବିଜେପିଙ୍କୁ ସିଧା ଟାର୍ଗେଟ କରିଥିଲେ। ଦେଶରେ ବଢ଼ି ଚାଲିଥିବା ବେରୋଜଗାରୀ,ଦରଦାମ ବୃଦ୍ଧି ପାଇଁ ବିଜେପିକୁ ଦାୟୀ କରିବା ସହ ଏବେ ଲୋକଙ୍କ ମୁଣ୍ଡ ପିଛା ଆୟ କମିଥିବା ପ୍ରକାଶ କରିଥିଲେ।ଭାରତୀୟ ଜାତୀୟ କଂଗ୍ରେସ ୫ ନ୍ୟାୟ ଓ ୨୫ ଗ୍ୟାରେଣ୍ଟି ସହ ନିର୍ବାଚନ ମଇଦାନକୁ ଓହ୍ଲାଇଛି ଏବଂ ଦୁଇ ଲୁଟିଖିଆ ଦଳ ବିଜେଡି ଓ ବିଜେପିକୁ ଲୋକେ ଉପଯୁକ୍ତ ଶାସ୍ତି ଦେବେ ବୋଲି କହିଥିଲେ। ଶ୍ରୀମତୀ ସସ୍ମିତା ବେହେରା ବିଜେପି ବିରୋଧୀଙ୍କ ଉପରେ ଦାଉ ସାଧିବା ସହ ଗଣତନ୍ତ୍ରକୁ ନିଜ ହାତରେ ଖେଳାଉଛି ବୋଲି କହିଥିଲେ। ଅନୁଗୁଳ ଜିଲ୍ଲାରୁ ବର୍ଷକୁ ହଜାର ହଜାର କୋଟି ଟଙ୍କାର ରାଜସ୍ବ ଯାଉଚି କିନ୍ତୁ ଏଠିକା ଯୁବକ ବେକାର। ଏଠିକାର ପରିବେଶ ବେକାର।ମେଡ଼ିକାଲ କଲେଜ ନ ଖୋଲି ଡାକ୍ତରଖାନାର ସାଇନ୍ ବୋର୍ଡ ମାରି ବିଜେଡି ଲୋକଙ୍କୁ ଭୁଆଁ ବୁଲାଉଛି ବୋଲି ଅଭିଯୋଗ କରିଥିଲେ। ଚାଷୀଙ୍କୁ ଜଳ ନାହିଁ କିନ୍ତୁ ଶିଳ୍ପକୁ ଜଳ ଅଯାଚିତ ଦିଆ ଯାଉଛି। ଅନୁଗୁଳ ଜିଲ୍ଲାରେ ଶିକ୍ଷା ସ୍ବାସ୍ଥ୍ୟ ସବୁ କାମଚଳାରେ ଚାଲିଛି ବୋଲି ଶ୍ରୀମତୀ ବେହେରା ପ୍ରକାଶ କରିଥିଲେ।

ସେ ନିଜ ଆଡୁ ପାଞ୍ଚ ଗ୍ୟାରେଣ୍ଟି ପ୍ରକାଶ କରିଥିଲେ। ଯଦି ସେ ଜିତନ୍ତି ତେବେ ସେ ନିଜର ଭତ୍ତାnମହିଳାଙ୍କ ଉନ୍ନତି ପାଇଁ ଖର୍ଚ୍ଚ କରିବେ।ଜିଲ୍ଲାରେ ପ୍ରଦୂଷଣ ନିୟନ୍ତ୍ରଣ,ନିଶା ନିୟନ୍ତ୍ରଣ,ମେଡ଼ିକାଲ କଲେଜ ପ୍ରତିଷ୍ଠା,ଏବଂ ଏନ୍ଏଚ୍ ୫୫ ର ଆଶୁ ମରାମତି କାର୍ଯ୍ୟ କରିବେ ବୋଲି ଦୃଢ ପ୍ରତିଶ୍ରୁତି ଦେଇଥିଲେ।ତାଳଚେର ପ୍ରାର୍ଥୀ ପ୍ରଫୁଲ୍ଲ ଦାସ ତାଳଚେରର ବିସ୍ଥାପନ ସମସ୍ୟା,ନିଯୁକ୍ତି ସମସ୍ୟା,ଦୁର୍ନୀତି ଆଦି ପାଇଁ ବିଜେଡି ନେତୃତ୍ୱ ଦାୟୀ ବୋଲି କହିଥିଲେ। ତେଣୁ ଆଗାମୀ ନିର୍ବାଚନରେ ଜିଲ୍ଲା ଓ ରାଜ୍ୟର ବିକାଶ ପାଇଁ ହାତ ଚିହ୍ନରେ ସୁଇଚ ଟିପି ଉଭୟ ବିଧାନ ସଭା ଓ ଲୋକସଭା ପ୍ରାର୍ଥୀଙ୍କୁ ଜୟଯୁକ୍ତ କରାଇବାକୁ ନିବେଦନ କରିଥିଲେ।

Leave A Reply

Your email address will not be published.

error: Content is protected !!