ପୁଲିସ ବର୍ବରତା ପ୍ରତିବାଦରେ କଂଗ୍ରେସର ଏସପି ଅଫିସ ଘେରାଉ

You are currently viewing ପୁଲିସ ବର୍ବରତା ପ୍ରତିବାଦରେ କଂଗ୍ରେସର ଏସପି ଅଫିସ ଘେରାଉ

ଅନୁଗୁଳ : ଜିଲ୍ଲା କଂଗ୍ରେସ ପକ୍ଷରୁ ପୁଲିସର ବର୍ବରତା ପ୍ରତିବାଦରେ ମଙ୍ଗଳବାର ଏସପି ଅଫିସ ଘେରାଉ ସହ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା କଂଗ୍ରେସ ପକ୍ଷରୁ ଗତ ୧୦ ତାରିଖ ଦିନ ଛାତ୍ର କଂଗ୍ରେସର ଆହ୍ବାନରେ ମମିତା ମେହେରଙ୍କ ହତ୍ୟାର ନିରପେକ୍ଷ ତଦନ୍ତ ପାଇଁ ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ବରଖାସ୍ତ ଦାବିରେ ଶାନ୍ତି ପୂର୍ଣ୍ଣ ଭାବେ ବିଧାନସଭା ଘେରାଉ କରିଥିବା ବେଳେ ରାଜ୍ୟ ପୁଲିସ ଲାଠି ଦ୍ବାରା ବର୍ବରୋଚିତ ଆକ୍ରମଣ କରି ନିରୀହ ଛାତ୍ରମାନଙ୍କୁ ଲହୁ ଲୁହାଣ କଲେ ତାହାକୁ ନିନ୍ଦା କରାଯାଇଛି। ପୁଲିସ ଯେଭଳି ଭାବରେ ଏକ ଜାତୀୟ ଦଳର କାର୍ଯ୍ୟାଳୟ ଭିତରକୁ ପଶି ଛାତ୍ରମାନଙ୍କୁ ମରଣାନ୍ତକ ମାଡ ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ପ୍ରଦାନ କରିବା ନେଇ ଜିଲ୍ଲା ସଭାପତି ବିପ୍ଲବ ଜେନାଙ୍କ ନେତୃତ୍ୱରେ ଏହି ଘେରାଉ କାର୍ଯ୍ୟକ୍ରମ କରାଯାଇଥିଲା। ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସର ତପନ କୁମାର ପ୍ରଧାନ, ଜିତେନ୍ଦ୍ର କୁମାର ସାହୁ, ଗୋପାଳ ନାଥ, ଧର୍ମେନ୍ଦ୍ର ନାଥ ମିଶ୍ର, ଟିକନ ବେହେରା, ନୀଳକଣ୍ଠ ନାଏକ, ତପସ୍ବିନୀ ବିଶ୍ବାଳ, ଅମୂଲ୍ୟ ବେହେରା, ବିନୋଦ ମାଝୀ, ରାକେଶ ମିଶ୍ର, ସଂଗ୍ରାମ ବେହେରା, ଜଗନ୍ନାଥ ବେହେରା ପ୍ରମୁଖଙ୍କ ସହ ବହୁ ଛାତ୍ର, ଯୁବ ଓ ମହିଳା କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।

Share

Leave a Reply