କଣିହାଁରେ ଡେଙ୍ଗୁ ସଚେତନତା ବୈଠକ

You are currently viewing କଣିହାଁରେ ଡେଙ୍ଗୁ ସଚେତନତା ବୈଠକ

ଅନୁଗୁଳ: ବର୍ଷାଋତୁରେ ସାଧାରଣତଃ ଡେଙ୍ଗୁ ବ୍ୟାପିଥାଏ। ଏହି ମାରାତ୍ମକ ସଂକ୍ରାମକ ରୋଗର ନିରାକରଣ ଲାଗି ଏକ ସଚେତନତା ବୈଠକ କଣିହାଁ ବ୍ଲକ୍‌ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ବୈଠକରେ କଣିହାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଜନସ୍ବାସ୍ଥ୍ୟ ଅଧିକାରୀ ଡା. ସୁମନ୍ତ ପଟେଲ ଅଧ୍ୟକ୍ଷତା କରିଥିଲେ। ଏଥିରେ ଅତିଥି ରୂପେ କଣିହାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ନମିତା ସାହୁ, ବିଡ଼ିଓ ନିଶାନ ମିଶ୍ର, ତହସିଲଦାର ପତିତପାବନ ଦେବତା, ଏବିଡ଼ିଓ ବିଜୟ ମେହେର, ଡା. ସୌରଭ ସୁରେଶ୍ଵର ସାହୁ, ଡା. ଦିଲୀପ ପ୍ରଧାନଙ୍କ ସମେତ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ, ଏନ୍‌ଟିପିସି, ଏମ୍‌ସିଏଲ ଓ ଜେଆଇଟିପିଏଲ୍‌ର ଅଧିକାରୀମାନେ ମଞ୍ଚାସୀନ ଥିଲେ। ଡେଙ୍ଗୁ ଦୂରେଇବା ପାଇଁ ଘର ନିକଟରେ ପାଣି ଜମିବାକୁ ନଦେବା, ମଶାତେଲ ଓ ଧୂଆଁ ପ୍ରୟୋଗ କରିବା, ପରିତ୍ୟକ୍ତ ଟାୟାର୍, ପ୍ଲାଷ୍ଟିକ ଜିନିଷ ଡଷ୍ଟବିନ୍‌ରେ ପକାଇବା, ବିଶୁଦ୍ଧ ଜଳ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିଲା। ଗୋଷ୍ଠୀ ଜନସ୍ବାସ୍ଥ୍ୟ ଅଧିକାରୀ ଅଭୟ ସାମଲ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ବ୍ଲକ୍‌ର ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

Share

Leave a Reply