ନୂଆସାହିରେ ପିଇବା ପାଣି ସଙ୍କଟ: ବିଡିଓ ଓ ଆରଡବ୍ଲ୍ୟୁଏସ୍‌ଏସ୍‌ଙ୍କୁ ଦାବିପତ୍ର

You are currently viewing ନୂଆସାହିରେ ପିଇବା ପାଣି ସଙ୍କଟ: ବିଡିଓ ଓ ଆରଡବ୍ଲ୍ୟୁଏସ୍‌ଏସ୍‌ଙ୍କୁ ଦାବିପତ୍ର

ଅନୁଗୋଳ: ଅନୁଗୋଳ ବ୍ଲକ କାଙ୍ଗୁଲା-ବେନ୍ତପୁର ପଞ୍ଚାୟତର ନୂଆସାହି ଗ୍ରାମରେ ଉତ୍କଟ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଗ୍ରାମରେ ଥିବା ପ୍ରକଳ୍ପରୁ ସମସ୍ତ ସାହିକୁ ପାଣି ଯୋଗାଣ ହୋଇପାରୁନଥିବାରୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଗ୍ରାମବାସୀ ଅତ୍ୟନ୍ତ ହନ୍ତସନ୍ତ ହେଉଛନ୍ତି। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସୋମବାର ଗ୍ରାମର ମହିଳାମାନେ ଏକତ୍ରିତ ହୋଇ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ଓ ଗ୍ରାମ୍ୟ ଜଳଯୋଗାଣ ନିର୍ବାହୀ ଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ପାଇପ୍ ଯୋଗେ ପ୍ରତ୍ୟେକ ସାହିକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ମହିଳାମାନେ ଦାବି କରିଛନ୍ତି। ଅଧିକାରୀମାନେ ତୁରନ୍ତ ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଇଛନ୍ତି। ତେବେ, ପ୍ରତିଶ୍ରୁତି ମୁତାବକ କାର୍ଯ୍ୟ ନହେଲେ ଆଗାମୀ ଦିନରେ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ପ୍ରତିନିଧି ଦଳରେ ବିନତୀ ପ୍ରଧାନ, ରୀନା ପ୍ରଧାନ, ସୁକାନ୍ତି ସାହୁ, ନିରୁପମା ଭୂତିଆ, ମମତା ବେହେରା, ରୁଲୀ ଖିଲାର ଓ ନିରୁପମା ସାହୁ ପ୍ରମୁଖ ସାମିଲ ଥିଲେ।

Share

Leave a Reply